Home ଓଡ଼ିଶା ୪୦ ଗୋଟି ତୁମ୍ବ ଗଡ ରୁ ତିନି ରଥର ମହାରଣା ସେବକ ମାନେ ୬ ଟି ଲେଖାଏଁ ମୋଟ ୧୮ ଗୋଟି ତୁମ୍ବ ର ଗୋଲେଲ କାର୍ଯ୍ୟ ଶେଷ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରଥଖଳା : ରଥ ନିର୍ମାଣ କାର୍ଯ୍ୟ ଚତୁର୍ଥ ଦିବସ – ରଥ ନିର୍ମାଣକାରୀଙ୍କ ଉପସ୍ଥାନ : * ତିନିରଥ ମହାରଣା ସେବକ – ୩୮ * ତିନିରଥ କରତୀ ସେବକ – ୪ * ତିନିରଥ କମାର ସେବକ – ୬ * ତିନିରଥ ଭୋଇ ସେବକ – ୧୯ * ରଥଖଳା ସହାୟକ (ପାଣି ବାଲା) -୧ ମୋଟ – ୬୮ ଜଣ, ରଥ ନିର୍ମାଣ ଅଗ୍ରଗତି ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଆଜି ରଥ ନିର୍ମାଣର ଚତୁର୍ଥ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । (ଗତ କାଲି ତୃତୀୟ ଦିନର ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥଚାଳି କୁ କରତୀ ସେବକ ଯୋଗାଇଥିବା ମୋଟ ୪୦ ଗୋଟି ତୁମ୍ବ ଗଡ ରୁ ତିନି ରଥର ମହାରଣା ସେବକ ମାନେ ୬ ଟି ଲେଖାଏଁ ମୋଟ ୧୮ ଗୋଟି ତୁମ୍ବ ର ଗୋଲେଲ କାର୍ଯ୍ୟ ଶେଷ କରିଥିଲେ) ଆଜିର କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥର ମୋଟ ୨୮ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଶେଷ (ଆଜିର ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ତାଳଧ୍ଵଜ ରଥ ଏବଂ ନନ୍ଦିଘଷା ରଥର ମହାରଣା ମାନେ ୧୦ଟି ଲେଖାଏଁ ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଥିବାବେଳେ ଦେବୀ ରଥର ମହାରଣା ସେବକ ମାନେ ୮ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି) ତିନି ରଥର ୪୨ ଗୋଟି ଚକ ପାଇଁ ୪୨ ଟି ତୁମ୍ବର ଆବଶ୍ୟକତା ଥିବାବେଳେ କରତୀ ସେବକ ମାନେ ଆଜି ସୁଦ୍ଧା ୪୧ ଗୋଟି ତୁମ୍ବ ଗଡ କରି ଯୋଗାଉଛନ୍ତି । ଚିହ୍ନଟ ହୋଇଥିବା ତୁମ୍ବ କାଠକୁ କରତୀ ସେବକ କଟିଙ୍ଗ କଲାପରେ ଉକ୍ତ ତୁମ୍ବ ଗଡ ପୋଲା ପଡିବା ନଜରକୁ ଆସିବାରେ ତାଳଧ୍ଵଜ ରଥ ମୁଖ୍ୟ ମହାରଣା,ଦେବୀ ରଥ ମୁଖ୍ୟ ମହାରଣା ଏବଂ ରଥ ଅମୀନ ରଥ ଖଳାରେ ଗଚ୍ଛିତ ଥିବା ଅନ୍ୟ ତୁମ୍ବ କାଠ କୁ ଚିହ୍ନଟ କରିଛନ୍ତି,ଆସନ୍ତାକାଲି କରତୀ ସେବକ ମାନେ ଚିହ୍ନଟ ତୁମ୍ବକାଠ କୁ କଟିଙ୍ଗ କରି ଯୋଗାଇବ । କମାର ଶାଳ ଦୋଳବେଦୀ ଅସ୍ଥାୟୀ କମାର ଶାଳ ପାଇଁ ସେଡ୍ ପ୍ରସ୍ତୁତ ସହ ଶାଳ ପ୍ରସ୍ତୁତ ଶେଷ ହେବା ପରେ ଆଜିଠାରୁ ଶାଳ କାର୍ଯ୍ୟକ୍ଷମ ହୋଇଛି । ଆଜି ସକାଳ ଘ.୮.୦୦ ତିକାରେ ତିନି ରଥର ମୁଖ୍ୟ ଓଝା ସେବକ ମାନେ କମାର ଶାଳ ପୂଜା ସହ ତିନି ରଥର ଚକ ପାଇଁ ଅର କଣ୍ଟା ପ୍ରସ୍ତୁତ କରିଛନ୍ତି । ଆଜିର କାର୍ଯ୍ୟ ଶେଷ ବେଳକୁ ଗୋଟିଏ ଗୋଟିଏ ଚକ ପାଇଁ ଆବଶ୍ୟକ ୬/୭ ଇଞ୍ଚିଆ ଅର କଣ୍ଟା ପ୍ରସ୍ତୁତ ସହ ବାକି ଚକ ଗୁଡ଼ିକର ଅର କଣ୍ଟା ନିର୍ମାଣ ପାଇଁ ଜି.ଆଇ ଲୁହା ରଡ଼ ମାପ ପ୍ରକାରେ କଟିଂ କରି ସାଇତୁଚ୍ଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026