Home ଓଡ଼ିଶା ପାକିସ୍ତାନ ଆତଙ୍କବାଦୀଙ୍କ ବିରୁଦ୍ଧରେ ହିନ୍ଦୁ ଆକ୍ରୋଶ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ଆର,ଉଦୟଗିରି ପ୍ରଖଣ୍ଡ ରା,ଉଦୟଗିରି ଓ ରାମଗିରି ଠାରେ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ମଙ୍ଗଳବାର ରା,ଉଦୟଗିରି ଓ ବୁଧବାର ରାମଗିରି ଠାରେ କାଶ୍ମୀରର ପହେଲ ଗାମ୍ ଦ୍ବାରା ହିନ୍ଦୁମାନଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗତ ଏପ୍ରିଲ ମାସ ୨୨ ତାରିଖ ମଙ୍ଗଳବାର ଦିନ ପର୍ଯ୍ୟଟକ ମାନେ ସହପରିବାର ସହ ଗ୍ରୀଷ୍ମଛୁଟି କଟାଇବାକୁ ଜାମ୍ମୁ- କାଶ୍ମୀର ଅନ୍ୟତମ ନେସର୍ଗିକ ଭରା ପର୍ଯ୍ୟଟନ ସ୍ଥଳ ପହଲଗାଓଁରେ ବୁଲୁଥିବା ବେଳେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର – ଇ- ତୋଇବାର ଭାରତ ଶାଖା ସଂଗଠନ ନ ରେଜିଷ୍ଟାନ୍ସ ଫୋର୍ସ କାପୁରୁଷଙ୍କ ଭଳି ସେନା ଓ ପୁଲିସ ପୋଷାକରେ ଛଦ୍ମ ବେଶରେ ଆସି ନୀରିହ ପର୍ଯ୍ୟଟନଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ୨୭ ଜଣ ପର୍ଯ୍ୟଟନ ପ୍ରାଣ ହରାଇଥିଲେ । ଏହି ଘଟଣାକୁ ସମଗ୍ର ରାଜ୍ୟରେ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଦୃଢ ନିନ୍ଦା କରି ପାକିସ୍ତାନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦଯାତ୍ରା ମାଧ୍ୟମରେ ବିଭିନ୍ନ ନାରାବାଜି ଦେଇ ରାଜ୍ୟର ସମସ୍ତ ଦୁଇଟି ଗ୍ରାମର ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ଏହି ପରିପ୍ରେକ୍ଷୀରେ ରା,ଉଦୟଗିରି ଶିବ ମନ୍ଦିର ରୁ ପୁଲିସ ଛକ ଏବଂ ରାମଗିରି ମିନି ଷ୍ଟାଡିଅମ ଠାରୁ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ରା,ଉଦୟଗିରି ଓ ରାମଗିରି ଅଞ୍ଚଳର ଶତାଧିକ ହିନ୍ଦୁ ଭାଇ ମାନେ ଏକ ବିଶ୍ବାଳ ପଦଯାତ୍ରାରେ ବାହାରି ଦୁଇ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପିରିଷଦ ଗଞ୍ଜମ ବିଭାଗ ସମ୍ପାଦକ ନରେନ୍ଦ୍ର ଜାନୀ, ବିଶ୍ବହିନ୍ଦୁ ପରିଷଦ ଗଜପତି ଜିଲ୍ଲା ସଭାପତି କୈଳାଶ ଗୌଡ, ବଜରଙ୍ଗ ଦଳ ଗଜପତି ସହଜିଲ୍ଲା ସଂଯୋଜକ ଯଶବନ୍ତ ରଇତ, ଗଜପତି ଜିଲ୍ଲା ମିଳନ କେନ୍ଦ୍ର ପବିତ୍ର ରଇତ, ଗଜପତି ଜିଲ୍ଲା ସୁରକ୍ଷା ପ୍ରମୁଖ ସୁମନ ଘଡେଇ, ଗୋସୁରକ୍ଷା ପ୍ରମୁଖ ସଦାଶିବ ଦଳପତି,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସକ୍ରିୟ କର୍ତା ବିଶ୍ବନାଥ ନାୟକ, ରା,ଉଦୟଗିରି ଖଣ୍ଡ କାର୍ଯ୍ୟବାହ ବୃନ୍ଦାବନ ପ୍ରଧାନ, ରା,ଉଦୟଗିରି ଖଣ୍ଡ ଶାରୀରିକ ପ୍ରମୁଖ କୃଷ୍ଣ ଚନ୍ଦ୍ର ରଇତ ଏବଂ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା, ଶବର ସମାଜ, ରା,ଉଦୟଗିରି ପ୍ରଖଣ୍ଡ ଏବଂ ରାମଗିରି ଅଞ୍ଚଳର ସମସ୍ତ ସ୍ବୟଂ ସେବକ, ଦୁର୍ଗାବାହିନୀର ସମସ୍ତ ମା ଭଉଣୀ ସାମିଲ ଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା : ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ - ପ୍ରସାଦ ଓ ପଣା ବଣ୍ଟନ by Proprietor Abhimanyu Maharana October 1, 2026 ବିରିଡି ବ୍ଲକରେ ଖାଦ୍ୟ, ପୋଷଣ, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ସମ୍ବନ୍ଧୀୟ ତାଲିମ by Proprietor Abhimanyu Maharana October 1, 2026 ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ by Proprietor Abhimanyu Maharana October 1, 2026 ଆଠ ଜଣ ରେଳ କର୍ମଚାରୀ ସମ୍ମାନିତ by Proprietor Abhimanyu Maharana October 1, 2026 ନୟାଗଡ଼ ଜିଲ୍ଲାସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା ସ୍ଥାନୀୟ ପି. ଏମ. ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, by Proprietor Abhimanyu Maharana September 30, 2026 होटल प्रबंधन संस्थान, भुवनेश्वर द्वारा हिंदी पखवाड़ा - 2026 का भव्य समापन समारोह एवं कवि सम्मेलन “हास्य सुरभि 2.0” का आयोजन by Proprietor Abhimanyu Maharana September 30, 2026