Home ଓଡ଼ିଶା ନୁଆଗଡ ସମିତି ବୈଠକରେ ଅଧିକାରୀ ଅନୁପସ୍ଥିତ ନେଇ ଜନ ପ୍ରତିନୀଧି ଅସନ୍ତୋଷ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ନୁଆଗଡ ପଞ୍ଚାୟତ ସମିତି ସଭାଗୃହରେ ପଞ୍ଚାୟତ ସମିତିର ଦଶମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବୈଠକରେ ବିଡିଓ ଲୋକନାଥ ଶବର, ଡାକ୍ତର ତ୍ରିଶୁଲ ସେନାପତି ସହ ଅନ୍ୟ ଅଧିକାରୀ ଯୋଗଦେଇଥିଲେ । ଏହି ବୈଠକରେ ବ୍ଳକ ସାସଂଦ,ବିଧାୟକ, ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ, ତହସିଲିଦାର ଓ ଅନ୍ୟ କେତେକ ଅଧିକାରୀ ସହ କର୍ମଚାରୀ ଅନୁପସ୍ଥିତ ଥିଲେ । ଏଥିସହ ବୈଠକରେ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟା ମହିଳା ମାନେ ଯୋଗନଦେଇ ସେମାନଙ୍କ ସ୍ବାମୀ ମାନେ ଯୋଗଦେଉଥିବିରୁ ଆଲୋଚନା ବେଳେ ଅସନ୍ତୋଷ ପ୍ରକାଶ ପାଉଛି । ଏହି ବ୍ଳକ ଦୀର୍ଘ ମାସ ହେବ ଜିପିଇଓ ପଦବି ଖାଲି ପଡିଛି ଯାହାଫଳରେ ଜଣେ ପିଇଓ ଏହି ଦାଇତ୍ବ ତୁଲାଇଆସୁଛନ୍ତି । ଭାରପ୍ରାପ ଜିପିଇଓ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ବିକାଶିତ ଗାଁ ବିକାଶତ ଓଡିଶା ଯୋଜନାର ୨୦୨୫/୨୬ ଆଥିକ ବର୍ଷର ପ୍ରକଳ୍ପ ଅନୁମୋଦନ ନେଇ ଆଲୋଚନା ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ବାସ୍ଥ୍ୟ, ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ଯୋଜନା, କୃଷି, ବିଦ୍ୟୁତ,ଉଦ୍ୟାନ, ମତ୍ସ୍ୟ, ପ୍ରାଣୀ ଚିକିତ୍ସା, ବନ ବିଭାଗ, ପାନୀୟ ଜଳଯୋଗାଣ ଓ ପରିମଳ , ସାମାଜିକ ସୁରକ୍ଷା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ମିଶନ ଶକ୍ତି , ଓଡିଶା ଜୀବନ ମିଶନ, ମନରେଗା ଯୋଜନା, ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗ, ସମନ୍ବିତ ଆଦିବାସୀ ଉନ୍ନୟନ, ନିଯୁକ୍ତି ଯୋଜନା, ଜଳଛାୟା ଓ ମୃତ୍ତିକା ସଂରକ୍ଷଣ ଉପରେ ଆଲୋଚନା ହୋଇଥିଲା । ବିଭିନ୍ନ ଗ୍ରାମରେ ସ୍ବାସ୍ଥ୍ୟ, ପାନୀୟଜଳ ଯୋଗାଣ , ରାସ୍ତା, ଭତ୍ତା ପ୍ରଦାନ କ୍ଷେତ୍ରରେ ରହିଥିବା ସମସ୍ୟା ଉପରେ ଗୁରୁତ୍ବରୋପ କରାଯାଇଥିଲା । ଏହି ବୈଠକ ସରପଞ୍ଚ ସମିତିସଭ୍ୟ ଓ ବିଧାୟକ ପ୍ରତିନୀଧି ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026