ବିପଦସଙ୍କୁଳ କୋଠା ଉପରେ ବିରାଟ ଓସ୍ତ ଗଛ ପର୍ଯ୍ୟଟକ ତୀର୍ଥଯାତ୍ରୀ ଓ ସହରବାସୀଙ୍କ ପାଇଁ ବିପଦ

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) :-  ଜନଗହଳିପ୍ବର୍ଣ୍ଣ ବ୍ଯସ୍ତ ବହୁଳ ମାର୍କେଟ ଛକ । ଦଇତାପଡା ସାହି ହାତଯୋଡି ଠାକୁରାଣୀଙ୍କ ମନ୍ଦିର ପୂର୍ବରୁ ଏକ ପୁରୁଣା କୋଠା ଉପରେ ଏକ ବିରାଟ ଓସ୍ତ ଗଛ ଶାଖା ପ୍ରଶାଖା ଥାଇ ଦିନକୁ ଦିନ ବଢିବାରେ ଲାଗିଛି । ଏହି କୋଠାଟି ଘରୋଇ ସମ୍ପତ୍ତି ହୋଇଥିଲେ ମଧ୍ଯ କୋଠାର କାନ୍ଥ ଓ ବରଗଛ ସହରବାସୀଙ୍କ ପାଇଁ ବିପଦ ସାଜିଛି । ରଥଯାତ୍ରା ସମୟରେ ହଜାର ହଜାର ରଥଯାତ୍ରୀ ଷ୍ଟେସନରୁ କଲେଜ ଛକ ଓ ଜାଡୁଆଣୀ ଲାଇବ୍ରେରୀ ଦେଇ ମାର୍କେଟ ଛକକୁ ଆସିଥାନ୍ତି ।

ଏହି ଅସୁରକ୍ଷିତ କୋଠା ଓ ଗଛକୁ ଦେଖି ଜଣେ ବିଦେଶୀ ପର୍ଯ୍ଯଟକ ଫଟୋ ଓ ଭିଡିଓ କରୁଥିବା ଦେଖିବାକୁ ମିଳିଥିଲା । ଯଦି ସେହି ସମୟରେ ଗଛ ଓ କାନ୍ଥ ଭୁଷୁଡ଼ି ପଡିଥାନ୍ତା ଓ ବିଦେଶୀ ପର୍ଯ୍ଯଟକଙ୍କ ମୃତ୍ଯୁ ହୋଇଥାନ୍ତା ତେବେ ଏଥି ପାଇଁ କିଏ ଦାୟୀ ରହିଥାନ୍ତା ବୋଲି କେତେକ ସାହିବାସିନ୍ଦା କୁହାକୁହି ହେଉଥିଲେ ।

ରଥଯାତ୍ରା ସମୟରେ ବଡଦାଣ୍ଡରେ ଯାତ୍ରୀଙ୍କ ପାଇଁ ଇନସ୍ୟୁରାନ୍ସ ହୋଇଥିବା ବେଳେ ସାହି ଗଳିକନ୍ଦି ପାଇଁ ଏହି ବ୍ଯବସ୍ଥା ନାହିଁ । ଏହି ପ୍ରସଙ୍ଗ ପ୍ରତିବର୍ଷ ରଥଯାତ୍ରା ବୈଠକରେ ଉଠୁଥିଲେ ମଧ୍ଯ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଘରଟି ଫାଠି ଭୁଷୁଡ଼ିବା ଅବସ୍ଥା ରହିଥିବାରୁ ଏହା ପର୍ଯ୍ଯଟକଙ୍କ ପାଇଁ ବିପଦ ସାଜିବ। ଏଥିପ୍ରତି ଜିଲ୍ଲାପାଳ,ଉପଜିଲ୍ଲାପାଳ,ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦୃଷ୍ଟି ଦେବା ପାଇଁ ଦାବି ହେଉଛି ।

Exit mobile version