ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ମାଲକାନଗିରି ଜିଲ୍ଲାରେ ଟପ୍ପର ହେଲେ ଦୁଇ ଜାଆଁଳ ଭାଇ ଡାନିଆଲ୍ ଲେଙ୍କା ଓ ଡମ୍ବରୁ ଲେଙ୍କା । ଏମ.ଭି.୭୯ ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଏହି ଦୁଇ ଭାଇ ମାଟ୍ରିକ ପରୀକ୍ଷାରେ ୫୬୦ ନମ୍ବର ହାସଲ କରି ୯୩ ପ୍ରତିଶତ ମାର୍କ ରଖି ଏ-1 ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହେବା ସହ ମାଲକାନଗିରି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ବାପା ମାଲକାନଗିରି ଜିଲ୍ଲାର ଏମ.ଭି.୬୦ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହୋଇଥିବା ବେଳେ ମାଆ ଜଣେ ସାଧାରଣ ଗୃହଣୀ । କଠିନ ପରିଶ୍ରମ ଯୋଗୁଁ ଏହି ଦୁଇ ଜାଆଁଳ ଭାଇ ସଫଳତା ହାସଲ କରିଥିବା ନେଇ ସୁଚନା ଦେଇଛନ୍ତି ।
