ପୂର୍ତ୍ତ ୧୦୦ ବର୍ଷ ରେ  ରାମଲୀଳା  ଉତ୍ସବ ନାଚୁଣି ବଡପଦର ରେ ଅନୁଷ୍ଠିତ

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ;- ୧୦୦ ବର୍ଷରେ ପହଞ୍ଚିଲା ରାମଲୀଳା ।  ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନାଚୁଣୀ ବଡ଼ ପଦର ଠାରେ ୧୦୦ ବର୍ଷ ହେଲା  ଆୟୋଜିତ ହୋଇ ଆସୁଅଛି  ରାମଲୀଳା।ବଡ଼ ପଦର ର  ଶ୍ରୀ ରଘୁନାଥ  ରାମଲୀଳା ନାଟ୍ୟ   ସଂସଦ ପକ୍ଷରୁ ବଡ଼ ପଦର ଠାରେ ଆୟୋଜିତ ହୋଇ ଆସୁଅଛି ରାମଲୀଳା ନାଟକ । ଗାଁ ଗାଁ ରେ ଶ୍ରୀରାମ ଙ୍କ ଆଦର୍ଶ ଚେତନା ଓ ଅନୁ ଶାସନ କୁ ପହଞଇବା ପାଇଁ ଅନୁଷ୍ଠିତ ହୋଇ ଆସୁଅଛି ରାମଲୀଳା ନାଟକ ।

ଚଳିତ ବର୍ଷ ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି  ବଡ଼ ପଦର ଶ୍ରୀ ରଘୁନାଥ ନାଟ୍ୟ ସଂସଦ । ଏହି ଅବସରରେ ନାଟ୍ୟ ସଂସଦ ପକ୍ଷରୁ ଆୟୋଜିତ ହୋଇ ଯାଇଅଛି ରାମଲୀଳା ମହୋତ୍ସବଗତ  କାଲି  ବିଳମ୍ବିତ ରାତିରେ  ବଡ଼ ପଦର ଠାରେ ଉଦଘାଟିତ ହୋଇ ଯାଉଅଛି   ରାମଲୀଳା ମହୋତ୍ସବ।

ଉଦଘାଟନ ରାତିରେ   ବଉଳା ବନ୍ଧ  ଶ୍ରୀ ରଘୁନାଥ ଦେବ ନାଟ୍ୟ ସଂସଦ ପକ୍ଷରୁ   କୁମ୍ଭକର୍ଣ ବଦ୍ଧ ନାଟକ ଅନୁଷ୍ଠିତ ହୋଇ ଯାଇଅଛି । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ  କଳାକାର ମାନେ  ଦେଖାଇଥିଲେ ସେମାନଙ୍କର କଳା ନୈପୂଣ୍ୟ।କୁମ୍ଭକର୍ଣ ଙ୍କ ସହ ଶ୍ରୀରାମ ଚନ୍ଦ୍ର ଙ୍କର ଯୁଦ୍ଧ ବେଶ ଉପଭୋଗ୍ୟ ହୋଇଥିଲା। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଵ ରାମଲୀଳା ମହୋତ୍ସବ । ଏଥିପାଇଁ ଆୟୋଜକ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରା ଯାଇଅଛି ।

Exit mobile version