Home ଅପରାଧ ଟ୍ରକ ବୋଝେଇ ମାଙ୍କଡା ପଥର ଓ ବାଲି ଚୋରାଚାଲାଣ କରୁଥିବା ଅଭିଯୁକ୍ତ ଗିରଫ ହେବା ସହ ପଥର ଗାଡି ଜବତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଚାନ୍ଦପୁର (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜଗନ୍ନାଥ ସଡ଼କରେ ନିରାକାର ପୁର ପୋଲିସ ର ବଡ଼ ଧରଣର ରେଡ କରିଛି । ଖୋର୍ଦ୍ଧା ଜିଲ୍ଲା ରୁ ପୁରୀ ଜିଲ୍ଲାକୁ ମାଙ୍କଡା ପଥର ଓ ବାଲି ଚୋରା ଚାଲାଣ ବେଳେ ହୋଇଛି ରେଡ ଏକା ଥରକେ 9 ଗୋଟି ମାଙ୍କଡା ପଥର ଟ୍ରକ ସହ ଦୁଇଟି ବାଲି ବୋଝେଇ ହାଇୱା କୁ ଜବତ କରିଛି ନିରାକାର ପୁର ପୋଲିସ । ଏହା ସହ ଏହି ଘଟଣା ରେ 8 ଜଣ ଟ୍ରକ ଚାଳକଙ୍କୁ ଗିରଫ କରିଛି ନିରାକାର ପୁର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଗୋକୁଳ କୁମାର ଭଞ୍ଜ (40), ଗଡିଶା ଗୋଦା ପୁରୀ ଜିଲ୍ଲା ରମେଶ ଚନ୍ଦ୍ର ବିଶ୍ୱାଳ( 37 ) ,ବିନ୍ଧାଣିଆ ପୁରୀ ସନ୍ତୋଷ କୁମାର ଜେନା (34) ,ପୁରୀ ସତ୍ୟପ୍ରିୟ ରଣ ସିଂ. ବଡ଼ ପୋଖରୀଆ ଖୋର୍ଦ୍ଧା, ଦୁଷ୍ମନ୍ତ ପ୍ରଧାନ (43) କୁଣିଆ ସାମନ୍ତରା ପୁର ନଗେନ ମାର୍ଥା(28) କୁନିଆ ସାମନ୍ତରା ପୁର ବିଜୟ ଜଗଦେବ (58 ) ବୋଡଙ୍ଗରା ଖୋର୍ଦ୍ଧା ଜିଲ୍ଲା….ଓ ବୁଦ୍ଧିଆ ମୁଦୁଲି (36 ), ରାଉଳ ହଜ ନିରାକାର ପୁର ବୋଲି ଜଣା ପଡିଛି । 8 ଜଣ ଅଭିଯୁକ୍ତ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ନିରାକାର ପୁର ଆଇ ଆଇ ସି ବିଶ୍ୱଜିତ ରାଉତରାୟ ପ୍ରକାଶ କରିଛନ୍ତି । Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026