କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ଶୁଣାଣି କରି ଫୁଲବାଣୀ ସ୍ୱତନ୍ତ୍ର ପୋକସୋ ଅଦାଲତ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ଅଭିଯୁକ୍ତକୁ ୨୫ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକ ୭ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବଉଳଝୋଲି ଗ୍ରାମର ସମୀର ପାତ୍ର । ସୂଚନା ମୁତାବକ, ଜି ଉଦୟଗିରି ଥାନା ଅଞ୍ଚଳର ୧୪ ବର୍ଷୀୟା ନାବାଳିକାଙ୍କ ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ଅଭିଯୁକ୍ତ ସମୀର ତାଙ୍କ ପାଖରେ କାମ କରୁଥିଲେ ।
