Home ଅପରାଧ ନାବାଳିକାଙ୍କ ଅଶ୍ଳୀଳ ଫଟୋ ରଖି ବ୍ଲାକମେଲିଂ ଘଟଣା : ଅଭିଯୁକ୍ତକୁ ୩ବର୍ଷ ଜେଲ ଦଣ୍ଡାଦେଶ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- ନାବାଳିକାଙ୍କ ଅଶ୍ଳୀଳ ଫଟୋ ରଖି ବ୍ଲାକମେଲିଂ କରିବା ଅଭିଯୋଗରେ ଫୁଲବାଣୀ ପୋକସୋ ଅଦାଲତ ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଦୋଷୀକୁ ୨୫ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକ ୧୦ ମାସ ଜେଲ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି ବିଚାରପତି । ଅଭିଯୁକ୍ତ ଜଣକ ହେଲେ ଛତିଶଗଡ ରାଜ୍ୟ ପୁଞ୍ଜିପଥର ଥାନା ଅର୍ନ୍ତଗତ ଉଜଲପୁର ଗ୍ରାମର ଭାଗିରଥି ଦୀପ । ଘଟଣା ଅନୁଯାୟୀ, ଅଭିଯୁକ୍ତ ଭାଗିରଥି ଖଜୁରୀପଡା ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ରଖି ଧମକ ଦେବା ସହ ବିଭିନ୍ନ ପ୍ରକାର ବ୍ଲାକମେଲିଂ କରୁଥିଲେ । ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଖଜୁରୀପଡା ଥାନାରେ ଏତଲା ଦିଆଯାଇଥିଲା ଓ ଅଭିଯୋଗ ଆଧାରରେ ଖଜୁରୀପଡା ପୁଲିସ ୪୦/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାର ଶୁଣାଣି କରି ଫୁଲବାଣୀ ସ୍ବତନ୍ତ୍ର ପୋକସୋ କୋର୍ଟ ବିଚାରପତି ସାକ୍ଷ୍ୟ ପ୍ରମାଣ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ । Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026