Home ଓଡ଼ିଶା ପ୍ରକଳ୍ପ ଅଧିକାର ଦ୍ୱାରା – ଶ୍ରମିକ ସଚେତନତା ଶିବିର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ପ୍ରକଳ୍ପ ଅଧିକାର ଦଶପଲ୍ଲାର ଆୟୋଜନ କ୍ରମେ ଵାଣିଗୋଚ୍ଛାର କାମିଟି ପଙ୍ଗା, ଟାକରା ଗ୍ରାମ ପଂଚାୟତର ଝିଣ୍ଟିକାବାରି, ସରିଗଣ୍ଡା ପଂଚାୟତର ସରିଗଣ୍ଡା ଓ ଭୋଗବାଡ଼ିର ତାଳମଡ଼ା ଇତ୍ୟାଦି ସ୍ଥାନରେ ଶ୍ରମ ଆଇନ,ଶ୍ରମିକ ଅଧିକାର, ଶ୍ରମିକ ମାନଙ୍କ ଦୈନିକ ସର୍ବନିମ୍ନ ସରକାରୀ ମଜୁରୀ ଓ ଅନ୍ୟାନ୍ୟ ଜନ ମଙ୍ଗଳ ଯୋଜନା ବିଷୟରେ ଗ୍ରାମ ଗୋଷ୍ଠୀଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପଞ୍ଚାୟତର ପ୍ରତିନିଧି,ଆଦିମ ଅଧିବାସୀ, କୃଷକ, ମହିଳା, ଦାଦନ ଶ୍ରମିକ ଓ ଶିଶୁ ଶ୍ରମିକ ଯୋଗଦାନ କରି ଏ ତାଲିମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ଏହାର ଆବଶ୍ୟକତା ଓ ଉପାଦେୟତା ବିଷୟରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଏ ଅବସରରେ ଗ୍ରାମାଞ୍ଚଳରେ ବସ ବାସ କରି ଆସୁଥିବା ଆଦିମ ଅଧିବାସୀଙ୍କ ଜୀବନ, ଜୀବିକା, ରୋଜଗାର, ଶିକ୍ଷା, ସ୍ବାସ୍ଥ୍ୟ, ଖାଦ୍ୟ, ବାସଗୃହ,କୃଷି ଓ କୃଷକ ମାନଙ୍କ ସାଧାରଣ ତଥା ମୌଳିକ ସମସ୍ୟା ଓ ଏହାର ସମାଧାନ ପାଇଁ ଥିବା ସରକାରୀ ଯୋଜନା ବିଷୟରେ ମଧ୍ୟ ଗ୍ରାମ ଗୋଷ୍ଠୀଙ୍କୁ ଏ ଶିବିର ମାଧ୍ୟମରେ ସଚେତନ କରାଯାଇଛି।ତଳ ସ୍ତରରେ ବସବାସ କରୁଥିବା ଗରିବ ବଞ୍ଚିତ ଲୋକମାନେ ସରକାରୀ ଯୋଜନାର ସୁଫଳ ପାଇବାରେ ସଫଳ ହୁଅନ୍ତୁ ଏ ଲକ୍ଷ୍ୟ ନେଇ ପ୍ରକଳ୍ପ ଅଧିକାର ତରଫରୁ ବିଗତ ଏକ ବର୍ଷ ହେଲା ଏହି ଉଦ୍ୟମ ଆରମ୍ଭ ହେଇଛି । ଏହା ଦ୍ୱାରା ଗ୍ରାମାଞ୍ଚଳରେ ଥିବା ବହୁ ଗରିବ ପରିବାର ଉପକୃତ ହୋଇଥିବା ସହିତ ସରକାରୀ ଯୋଜନା ସମ୍ବନ୍ଧରେ ସଚେତନତା ମଧ୍ୟ ସେମାନଙ୍କ ଭିତରେ ବୃଦ୍ଧି ପାଇଛି । ଅଧିକାର ମିତ୍ରଙ୍କ ଦ୍ୱାରା ହିତାଧିକାରୀଙ୍କୁ ପ୍ରତିଟି ସମୟରେ ସହଯୋଗ କରାଯାଉଥିବାରୁ ଗ୍ରାମ ଗୋଷ୍ଠୀଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବୃଦ୍ଧି ପାଇଥିବା ବେଳେ ପ୍ରତି କାର୍ଯ୍ୟରେ ସ୍ଥାନୀୟ ପଂଚାୟତ ସମ୍ପୂର୍ଣ୍ଣ ସହଯୋଗ କରି ଆସୁଥିବାରୁ ଏହା ସରଳ ଓ ସହଜ ହେଇପାରିଛି ସାଧାରଣ ଲୋକ ତାର ହକ ଓ ନ୍ୟାୟ ପାଇବାରେ । ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ଚାଷୀ, ଆଦିବାସୀ,ଦଳିତ, ବଞ୍ଚିତଙ୍କ ଭାଗିଦାରୀତା ଓ ଗୋଷ୍ଠୀ ନେତୃତ୍ୱଏ ଅଭିଯାନକୁ ସଫଳ ସଶକ୍ତ କରିବାରେ ସହାୟକ ହୋଇଛି।ନିର୍ମାଣ ଶ୍ରମିକ, ଦାଦନ ଶ୍ରମିକ, କୃଷି ଶ୍ରମିକ, କୁଶଳୀ ଶ୍ରମିକ, ଅଣ କୁଶଳୀ ଶ୍ରମିକ ମାନଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଜନ କଲ୍ୟାଣ ଯୋଜନାର ସୁଫଳ କିପରି ପହଂଚି ପାରିବ ତାର ବିଭିର୍ନ ଦିଗ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା।ସର୍ବୋପରି ଅଭିମନ୍ୱ୍ୟୁ ସାହୁ, ରାଜ କିଶୋଇ ନାୟକ, ମାମିନୀ ନାୟକ, ଦାମଦୋର ନାୟକ, ସରୋଜିନୀ ମଳିକ ଓ ବଳଭଦ୍ର ପ୍ରଧାନ ଇତ୍ୟାଦି ଅଧିକାର ମିତ୍ରଙ୍କ ଉଦ୍ୟମ ରେ ଏହା ଆୟୋଜିତ ହୋଇଯାଇଛି । ଅଗ୍ରଣୀ ସେବା ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ, ଭୁବନେଶ୍ୱର ଏବଂ ଟି. ପି.ସି. ଓ. ଡ଼ି. ଏଲର ମିଳିତ ସହଯୋଗରେ ପ୍ରକଳ୍ପ ଅଧିକାର ଲୋକଙ୍କ ହିତ ଓ ସେବା ପାଇଁ ସମର୍ପିତ ଭାବେ ଦଶପଲ୍ଲାର ଏହି ପାଞ୍ଚୋଟି ଅବହେଳିତ ପଂଚାୟତରେ ସ୍ଥାନୀୟ ଅଧିବାସୀଙ୍କ ସହଯୋଗରେ ଏହା ଲୋକଙ୍କ ପାଖରେ ପହଂଚି ପାରିଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026