ୟୁବିୟୁ କ୍ଲିନିକ୍ ଆରମ୍ଭ କରୁଛି ଦେଶର ପ୍ରଥମ ସ୍କିନ୍‌ପେନ୍ ଏବଂ ସୁନେକୋସ ଚିକିତ୍ସା

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍)  :- ବିନା ଅସ୍ତ୍ରୋପଚାରରେ ଅତ୍ୟାଧୁନିକ ପଦ୍ଧତିରେ ସୌନ୍ଦର୍ଯ୍ୟ ବୃଦ୍ଧି ଏବଂ ଚର୍ମରୋଗ ଉପଶମ ପାଇଁ ୟୁବିୟୁ କ୍ଲିନିକ୍ ଭୁବନେଶ୍ୱରରେ ଆରମ୍ଭ କରୁଛି ଦେଶର ପ୍ରଥମ ‘ସ୍କିନ୍‌ପେନ୍‌’ ଏବଂ ‘ସୁନେକୋସ୍‌’ ଚିକିତ୍ସା । ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା ୨.୦’ ପରିସରରେ ଥିବା ଷ୍ଟଲ୍‌ରେ ଏହି ଚିକିତ୍ସା ପଦ୍ଧତିର ଶୁଭାରମ୍ଭ କରାଯାଇଛି । କୌଣସି ପ୍ରକାର ଚର୍ମରୋଗକୁ ଚିକିତ୍ସା ମାଧ୍ୟମରେ ନୂତନ ଚର୍ମ ସୃଷ୍ଟି କରିବା ଦିଗରେ ଏହା ହେଉଛି ଏକ ବୈପ୍ଲବିକ ଅଗ୍ରଗତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିଶ୍ୱସ୍ତରୀୟ ସୌନ୍ଦର୍ଯ୍ୟ ଭିତ୍ତିକ ଚିକିତ୍ସା ଭାରତର କୌଣସି ସ୍ଥାନରେ ଉପଲବ୍ଧ ନାହିଁ । ଭୁବନେଶ୍ୱରସ୍ଥିତ ୟୁବିୟୁ ବିୟୁଟୀ କ୍ଲିନିକ୍‌ରେ ବର୍ତ୍ତମାନ ଏହି ସେବା ଆରମ୍ଭ କରାଯାଉଛି ।

ଭାରତରେ ବିଶ୍ୱସ୍ତରୀୟ ସୌନ୍ଦର୍ଯ୍ୟ ଚିକିତ୍ସା କ୍ଷେତ୍ରରେ ନୂତନତ୍ୱ ଆଣିବା ଲକ୍ଷ୍ୟ ନେଇ ୟୁବିୟୁ ବିୟୁଟୀ କ୍ଲିନିକ୍ ଦେଶର ପ୍ରଥମ ଏଫ୍‌ଡିଏ (ଫୁଡ୍ ଆଣ୍ଡ ଡ୍ରଗ୍ ଆଡ୍‌ମିନିଷ୍ଟ୍ରେସନ) ମଞ୍ଜୁରୀପ୍ରାପ୍ତ ମାଇକ୍ରୋନିଡିଲିଂ ଡିଭାଇସ୍ ‘ସ୍କିନ୍‌ପେନ୍‌’ ଏବଂ ଇଟାଲୀୟ ଉଦ୍ଭାବନ ‘ସୁନେକୋସ୍‌’ ଚିକିତ୍ସା ଆରମ୍ଭ କରିଛି । ସୁନେକୋସ ଚିକିତ୍ସା ହେଉଛି ଏକ ପେଟେଣ୍ଟଡ୍ ଇଞ୍ଜେକ୍ଟଟେବଲ ଆମିନୋ-ଏସିଡ୍ ପ୍ରଯୁକ୍ତି ବିଦ୍ୟା ଉପରେ ଆଧାରିତ, ଯାହାକି ମୁହଁରେ ଖରାପ ହୋଇଯାଇଥିବା ଚର୍ମକୁ ଠିକ୍ କରିବା ସହ ନୁତନ ଚର୍ମର ପୁର୍ନଗଠନ କରିବାରେ ସାହାଯ୍ୟ କରିଥାଏ । ‘ସ୍କିନ୍‌ପେନ୍‌’ ଏବଂ ‘ସୁନେକୋସ’ ଚିକିତ୍ସା ଚର୍ମରେ ବ୍ରଣ ଦାଗ, କୁଞ୍ଚନ, ପିଗ୍‌ମେଣ୍ଟେସନ୍‌, ଆଖିତଳେ କଳାଦାଗ ଏବଂ ଚର୍ମ ପୁନଃରୁଦ୍ଧାର ପାଇଁ ଖୁବ୍ କମ୍ ସମୟ ମଧ୍ୟରେ ପ୍ରଭାବଶାଳୀ ସମାଧାନ ପ୍ରଦାନ କରିଥାଏ ।

ଏହି ଅବସରରେ ୟୁବିୟୁ ବିୟୁଟୀ କ୍ଲିନିକ୍‌ର ପ୍ରତିଷ୍ଠାତା ଡଃ ସମ୍ପଦା ସେଠିଆ କହିଛନ୍ତି ଯେ, ଚେହେରାରେ ଏହି ପ୍ରକାର ସମସ୍ୟା ନେଇ ଆସୁଥିବା ବ୍ୟକ୍ତିମାନେ ସର୍ବୋତ୍ତମ ଚିକିତ୍ସା ଖୋଜିଥାନ୍ତି ଏବଂ ଭାରତରେ ଏହିଭଳି ସୌନ୍ଦର୍ଯ୍ୟ ଚିକିତ୍ସା ଉପଲବ୍ଧ କରାଇ ପାରିଥିବାରୁ ଆମେ ଗର୍ବିତ । ‘ସ୍କିନ୍‌ପେନ୍‌’ ଏବଂ ‘ସୁନେକୋସ’ ଚିକିତ୍ସା ଚେହେରାରେ ନୂତନ ଚର୍ମ ସୃଷ୍ଟି କରିବା ସହ ସୌନ୍ଦର୍ଯ୍ୟକୁ ପ୍ରାକୃତିକ ଉପାୟରେ ସୁରକ୍ଷିତ ରଖି ବାର୍ଦ୍ଧକ୍ୟ ରୋକିଥାଏ । ଚେହେରାର ପ୍ରାକୃତିକ ସୁନ୍ଦରତା ଏବଂ ବୈଜ୍ଞାନିକ ପଦ୍ଧତି ପ୍ରତି ପ୍ରତିବଦ୍ଧତା ସହିତ ଊୁବିୟୁ କ୍ଲିନିକ୍ ନିଜକୁ ଏକ ଅତ୍ୟାଧୁନିକ ସୌନ୍ଦର୍ଯ୍ୟ କ୍ଷେତ୍ରରେ ବିଶ୍ୱସ୍ତ ନାମରେ ପ୍ରତିଷ୍ଠିତ କରିପାରିଛି । ଏହି କ୍ଲିନିକ୍ ଚର୍ମ, କେଶ, ମୋଟାପଣ ହ୍ରାସ, ଚେହେରାରେ ବୟସାଧିକ ରେଖାକୁ ରୋକିବାରେ ବିଭିନ୍ନ ପ୍ରକାରର ଉନ୍ନତ ଚିକିତ୍ସା ପ୍ରଦାନ କରେ ।

Exit mobile version