ଟଳିଛି ବନ୍ୟା, କମିଛି ପାଣି ହେଲେ ୧୦ହଜାର ହେକ୍ଟର ଚାଷଜମି ଜଳମଗ୍ନ ପାଣିରେ ପଚିଲା କ୍ଷେତ, ଚାଷୀ ମୁଣ୍ଡରେ ହାତଦେଇ ବସିଛି ସହକାରୀ ସହାୟତା ପାଇଁ ଦାବି

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) କୋରାଇ :ଲାଗି ରହିଥିବା ଲଗାଣ ବର୍ଷା ଏବେ ସଂପୂର୍ଣ୍ଣ ଛାଡିଯାଇଛି । ଉଛୁଳି ଉଠିଥିବା ବୈତରଣୀ ଓ ଖରସ୍ରୋତା ନଦୀ ଦ୍ୱୟର ଜଳସ୍ଥର କମିକମି ଯାଇଛି । ଫଳରେ ବନ୍ୟାରେ ସ୍ଥିରତା ଆସିଛି । ହେଲେ ନଦୀ ଦ୍ୱୟ ଛାଡି ଯାଇଛନ୍ତି ଅଶୁମାରି ଦୁଃଖ । ଏବେବି ବନ୍ଦାଳୋ, ମକୁନ୍ଦପୁର ଓ ତଣ୍ଡରା ପାଂୟତର କେତେକ ଗାଁ ଜଳ ଘେରିରେ ରହିଥିଲା ବେଳେ ଚାଷଜମି ପାଣିରେ ବୁଡିରହିଛି । ନଦୀ ଦ୍ୱୟ ଅବାହିକାରେ ଅବସ୍ଥିତ କୋରାଇ ବ୍ଲକର ଅସନଝର, ରଣପୁର, ଗୌରପୁର, ମକୁନ୍ଦପୁର, ବନ୍ଦାଳୋ, ଅମୃତିଆ, ମୂଳାପାଳ, ବରୁଣ୍ଡାଇ, କରଦା, ପାଣିକୋଇଲି, ଗୋଳେଇପୁର, ତଣ୍ଡରା, ବଡବିରୁଆଁ, ଖମଣ ପ୍ରଭୁତି ୧୪ଟି ପାଂୟତର ୧୧୯ଟି ରାଜସ୍ୱ ଗ୍ରାମ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନଙ୍କର ୧୦ହଜାରରୁ ଊର୍ଦ୍ଧ୍ୱ ଚାଷଜମି ଏବେ ପାଣି ଘେରରେ ବୁଡି ରହିଛି ।

ଫଳରେ ରୁହା ଓ ବଛାଯାଇଥିବା ଧାନଗଛ ଏବଂ ଲଗାଯାଇଥିବା ବାଇଗଣ, ଜହ୍ନି, ପୁଟଳ ଆଦି ହୋଇଥିବା ପରିବା ଫସଲଗୁଡିକ ପଚିଯାଇଛି । ଅନ୍ୟପକ୍ଷରେ ବନ୍ୟାରେ ଘରଭାଙ୍ଗିଯାଇଥିବା ବେଳେ ବିଲରେ ବାଲିଚର ପଡି ଧାନକ୍ଷେତ ସବୁ ପୋତି ହୋଇଯାଛି । ଫଳରେ ଚାଷ ଓ ବାସ ହରାଇଥିବା ନଦୀପଠା ବାସୀ ରହିବେ କିପରି ଓ ଉଜୁଡା ଚାଷକୁ ସଜାଡିବେ କେମିତି ସେନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଗୋରୁ ଗାଈ ଆଦି ଗୃହପାଳିତଙ୍କ ନିମନ୍ତେ ଖାଦ୍ୟ ନାହିଁ କିଚରିବାକୁ ସ୍ଥାନା ନାହିଁ । ଫଳରେ ଗୃହପାଳିତ ପଶୁଗୁଡିକ ଖାଦ୍ୟ ଅଭାବରୁ ଭୋକ ଉପାଶରେ ରଡି ଛାଡୁଛନ୍ତି ।

ସରକରା ବନ୍ୟାବିପନ୍ନଙ୍କ ଦୁଃଖକୁ ଅନୁଭବ କରି ଗୋଖାଦ୍ୟ, ରହିବାକୁ ଘର କରବିପାଇଁ ସହାଯ୍ୟ ଓ ଚାଷପାଇଁ ସରଞ୍ଜାମ ଆଦି ଯୋଗାଇ ଦେବାକୁ ଦାବି ହୋଇଛି । ଅନ୍ୟପକ୍ଷରେ ବିଦ୍ୟୁତ ବିଭ୍ରାଟ ଲାଗି ରହିଥିଲା ବେଳେ ବେଳେ ଲଣ୍ଠନ ପାଇଁ କିରୋସିନି ନାହିଁ । ଲଗାଣ ବର୍ଷାର ଉଦବୃତ ଜଳରେ ଓ ବନ୍ୟାରେ ଭାଙ୍ଗିଯାଇଥିବା ମୁଖ୍ୟରାସ୍ତା ଓ ବନ୍ୟାଜଳରେ ଗାର ରାସ୍ତା ସବୁ ଧୋଇଯାଇଛି । ଯାହାଫଳରେ ଗମନାଗମନ ବିପର୍ଯ୍ୟସ୍ତ ହୋଇପଡିଥିଲା ବେଳେ ଟେଲିଫୋନ ଓ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ବିପନ୍ନ ଅଂଳକୁ ତ୍ୱରିତ ସେବା ଯୋଗାଇ ଦେବା ସହ ଗମନାଗମନର ବ୍ୟବସ୍ଥା କରାଯିବକୁ ବରିଷ୍ଠ କଂଗ୍ରେସ ନେତା ହରେକୃଷ୍ଣ ସାହୁଙ୍କ ସମେତ ବନ୍ୟାଂଚଳ ବାସୀଙ୍କ ପକ୍ଷରୁ ଦାବି ହୋଇଛି ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Exit mobile version