Home ଓଡ଼ିଶା ରାଜସୁନାଖଳା କଲେଜ ଗ୍ରନ୍ଥାଗାରିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ରଣପୁର ଶିକ୍ଷାବ୍ଲକ ଅନ୍ତର୍ଗତ ରାଜସୁନାଖଳା ମହାବିଦ୍ୟାଳୟର ମୁଖ୍ୟ ଗ୍ରନ୍ଥାଗାରିକ ଅଶୋକ କୁମାର ଗୁମାନସିଂହଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା କଲେଜର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଗତ ମାର୍ଚ୍ଚ ମାସରେ ଅବସରନେଇଥିବା ପରୀକ୍ଷାଗାର ସହାୟକ ସୁକାନ୍ତ କୁମାର ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସଭାରେ କଲେଜର ପ୍ରଶାସନିକ ଅଧିକାରୀ ଡ଼କ୍ଟର ବେଣୁଧର ପ୍ରଧାନ, ଶିକ୍ଷକ କର୍ମଚାରୀ ପରିଷଦର ସମ୍ପାଦକ ପ୍ରଦୀପ କୁମାର ବାରିକ ଅତିଥି ଭାବରେ ଯୋଗଦେଇ ଉଭୟଙ୍କ ଜୀବନ ବ୍ୟାପୀ ସାଧନା ସମ୍ପର୍କରେ ଅଭିଭାଷଣ ରଖିଥିଲେ। ଅଧ୍ୟାପକ ଡ଼କ୍ଟର ଅକ୍ଷୟ କୁମାର ମହାନ୍ତି, ରବିନାରାୟଣ ମହାରଣା, ପ୍ରଶାନ୍ତ କୁମାର ନାଥ, ଶୁଭ୍ରାଂଶୁ ଶେଖର ଗୁମାନସିଂହ ଅବସର ବ୍ୟକ୍ତିତ୍ୱ ମାନଙ୍କ ବହୁମୁଖୀ ପ୍ରତିଭାର ଗୁଣଗାନ କରିଥିଲେ। ଅଧ୍ୟାପିକା ରୀତା ପଟ୍ଟନାୟକ ଆବାହନ ସଂଗୀତ ଗାନ କରିଥିଲେ। ଅଧ୍ୟାପକ ଭାଗିରଥୀ ପାଢୀ ଉତ୍ସବକୁ ସଂଯୋଜନା କରିଥିଲେ। ଡ଼କ୍ଟର ଅକ୍ଷୟ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026