ଭର୍ଚୁଆଲ୍‌ ମିଟିଙ୍ଗ ମାଧ୍ୟମରେ ବିଜୁ ଯୁବ ଛାତ୍ର ଜନତା ଦଳର ଚତୁର୍ଥ ପର୍ଯ୍ୟାୟ ସାଙ୍ଗଠନିକ ସମୀକ୍ଷା

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) ଭୁବନେଶ୍ୱର :ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍‌ ମିଟିଙ୍ଗ୍ ଅନୁଷ୍ଠିତ ହୋଇଯାଇଅଛି । ଆଜି ଓଡିଶାର କେନ୍ଦ୍ରାପଡା, ନୟାଗଡ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ସାଂଗଠନିକ କାର୍ଯ୍ୟକୁ ସମୀକ୍ଷା କରାଯାଇଛି ।ଏହି ଭର୍ଚୁଆଲ୍‌ ବୈଠକରେ ଜିଲ୍ଲାସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଯୁବ ଓ ଛାତ୍ରନେତା ମାନେ ଯୋଗଦେଇ ସଙ୍ଗଠନ ସମ୍ପର୍କରେ ନିଜରମତରଖିଥିଲେ । ସମୀକ୍ଷା ବୈଠକ ପ୍ରାରମ୍ଭରେ ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଭାରତରତ୍ନ ଡଃ. ପ୍ରଣବ ମୁଖାର୍ଜୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍‌ ମିଟିଙ୍ଗ୍‌ରେମୁଖ୍ୟ ଅତିଥି ରୂପେ ବିଜୁଜନତା ଦଳର ସଙ୍ଗଠନ ସମ୍ପାଦକ ତଥା ମାନ୍ୟବର ବିଧାୟକ ଯାଜପୁର ଶ୍ରୀ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଜେଇ ଓ ନିଟ୍ ଆଶାୟୀ ପରିକ୍ଷାର୍ଥି ମାନଙ୍କ ପାଇଁ ୭ଟା ପରିକ୍ଷା କେନ୍ଦ୍ରରେ ରାଜ୍ୟସରକାରଙ୍କ ଦ୍ୱାରା ଯେଉଁ ସବୁ ସୁବ୍ୟବସ୍ଥାର ଆୟୋଜନ କରାଯାଇଛି , ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡିଶାର ସାଢେ ଚାରିକୋଟି ଜନସାଧାରଣ ଆମ ପରିବାର, ତେଣୁ ଯୁବଛାତ୍ର ଓଡିଶାର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟେକଟି ବିପଦ ସମୟରେସାହାର୍ଯ୍ୟରହାତବଢାନ୍ତୁ ।ତ୍ୟାଗକୁ ମନ୍ତ୍ର ରୂପରେ ଗ୍ରହଣ କରି ଓଡିଶାର ସମ୍ପ୍ରତ୍ତି ବନ୍ୟାରେ ପ୍ରତ୍ୟେକ ଯୁବ ଛାତ୍ର ମାନେ ବନ୍ୟା ଅଞ୍ଚଳରେ ବନ୍ୟା ପିଡିତଙ୍କ ସହଯୋଗ ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଓଡିଶାର ମା’ ମାନେ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଆଗକୁ ଆସନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ଆହୁରି ଉନ୍ନତି କରନ୍ତୁ ଏବଂ ମା’ ମାନଙ୍କର ପ୍ରଗତି ସମୃଦ୍ଧି ସଶକ୍ତିକରଣ କ୍ଷେତ୍ରରେ ଯୁବଛାତ୍ର ମାନଙ୍କର ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ପରିପ୍ରକାଶ କରିଥିଲେ । ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବବ୍ୟାପାର) ତଥା ମାନ୍ୟବରବିଧାୟକ ଧର୍ମଶାଳାଶ୍ରୀ ପ୍ରଣବ କୁମାର ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ (ଛାତ୍ରବ୍ୟାପାର) ତଥା ମାନ୍ୟବରବିଧାୟକ ଚାନ୍ଦବାଲି ଶ୍ରୀଯୁକ୍ତ ବ୍ୟୋମକେଶ ରାୟ, ବିଜୁଜନତା ଦଳର ରାଜ୍ୟ ସମ୍ପାଦକ (ଯୁବବ୍ୟାପାର) ତଥା ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ରାଣା ପ୍ରତାପ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ

Exit mobile version