Home ଓଡ଼ିଶା ଟାଉନହଲ ରଥଯାତ୍ରା ବୈଠକର ଟ୍ରାକରୁ…… by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତବର୍ଷର ରଥଯାତ୍ରା ପାଇଁ ପ୍ରଥମ ସମନ୍ବୟ ବୈଠକ ଗୁରୁବାର ପୂର୍ବାହ୍ନରେ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସହର ରାସ୍ତାଘାଟ ଅବସ୍ଥା, ସ୍ବାସ୍ଥ୍ୟ ଅବ୍ଯବସ୍ଥା, ବିଦ୍ୟୁତ ବିଭ୍ରାଟ, ପୌରସଂସ୍ଥାର ପରିମଳ ବ୍ୟବସ୍ଥାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଓ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ଗୃହର ଦୃଶ୍ଯମାନ ଅବସ୍ଥା ଓ ସତ୍ଯ ବକ୍ତବ୍ୟକୁ ନେଇ ଗୃହ ଟ୍ରାକର କିଛି କଥା ଓ ବ୍ୟଥା ……… ମଞ୍ଚରେ ଖାଲି ପଡିଲା ଚେୟାର- ନୂଆ ବିଜେପି ସରକାରର ଏହା ପ୍ରଥମ ରଥଯାତ୍ରା ବୈଠକ । ଏହି ବୈଠକରେ ମଞ୍ଚ ଉପରେ ଅନେକ ଚେୟାର ଖାଲି ପଡିଥିବା ଦେଖିବାକୁ ମିଳିଥିଲା । ଏହା ସହ ହଲରେ ନିମନ୍ତ୍ରିତ ସଭ୍ଯଙ୍କ ସିଟ ଖାଲି ପଡିଥିଲା । ପୂର୍ବବର୍ଷ ବୈଠକରେ ସିଟ ଖାଲି ପଡିବା ଦେଖିବାକୁ ମିଳିନଥିଲା । ସଭା ମଞ୍ଚ ମଧ୍ଯ ପାହାଚ ପରି ଦୁଇ ଥାକ ପଡିଥିଲା । ଏହାକୁ ଦେଖି ସଭ୍ଯ ମାନଙ୍କ ମଧ୍ଯରେ ବେଶ ଆଲୋଚନା ମଧ୍ଯ ହୋଇଥିଲା । ଚପଲ ପିନ୍ଧି ବେକରେ ଖଣ୍ଡୁଆ ପକାଇଲେ-ମହାପ୍ରଭୁଙ୍କ ପ୍ରିୟ ଖଣ୍ଡୁଆ ପାଟ। ମହାପ୍ରଭୁଙ୍କ ଲାଗି ଖଣ୍ଡୁଆପାଟ ମହାପ୍ରସାଦ ପରି ଅତି ପବିତ୍ର । ଏହାକୁ ମୁଣ୍ଡରେ ଥୋଇବା ବିଧି ରହିଛି । ବୈଠକ ଆରମ୍ଭରୁ କିଛି ସେବାୟତ ଖାଲି ପାଦରେ ଖଣ୍ଡୁଆ ନେଇ ଅତିଥି ମାନେ ବସିଥିବା ଅବସ୍ଥାରେ ବେକରେ ପକାଇଥିଲେ। ଅତିଥି ମାନେ ଚପଲ ଓ ବୁଟ ପିନ୍ଧି ଚଉକିରେ ବସିଥିଲେ । ଏହାକୁ ଦେଖି ଜଗନ୍ନାଥ ସଂସ୍କୃତିପ୍ରେମୀ ମାନଙ୍କ ମଧ୍ଯରେ ଆଘାତ ଲାଗିଛି । ତଳେ ବୈଠକ ଉପର ସିଲିଂ ଅସୁରକ୍ଷିତ- ରଥଯାତ୍ରା ବୈଠକ ବିଧାନସଭା ପରି ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାଏ । ସହରର ବର୍ଷକର ସମସ୍ଯା ସଭ୍ଯ ମାନେ ଏହି ବୈଠକରେ ଉପସ୍ଥାପନ କରନ୍ତି । ଆରଡିସି ଜିଲ୍ଲାପାଳଙ୍କ ସମେତ ଅନେକ ଅଧିକାରୀ ମଞ୍ଚରେ ବସିଥିଲେ । ଅନ୍ଯପଟେ ଟାଉନହଲ ଛପରତଳେ ସିଲିଂ ହୋଇଛି । ଏହାର ପୂର୍ବ ଦିଗ ଡାହାଣ ପାର୍ଶ୍ବ ଉପରେ ସିଲିଂ ର ଗୋଟିଏ ଦୁଇରେ ଦୁଇଫୁଟ ସିଲିଂ ଓହଳି ପଡିଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ସଭ୍ଯ ମାନେ ଆଲୋଚନା କରୁଥିଲେ ବଡଦାଣ୍ଡରେ ଅସୁରକ୍ଷିତ କୋଠା ପ୍ରଶାସନ ଚିହ୍ନଟ କରୁଥିବା ବେଳେ ଟାଉନହଲ ଉପରେ ନଜର ନାହିଁ । ଭୋଳାନାଥ ପଲ୍ଲିଶ୍ରୀ ମେଳା ତାଳବଣିଆରେ ହେବ-ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ନିକଟ ଭୋଳାନାଥ ବିଦ୍ୟାପୀଠ ଠାରେ ପଲ୍ଲିଶ୍ରୀ ମେଳା ଦୀର୍ଘ ବର୍ଷ ହେବ ଅନୁଷ୍ଠିତ ହୋଇ ଆସୁଛି । ଚଳିତ ବର୍ଷ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବା ପାଇଁ ପ୍ରଶାସନ ସ୍ଥିର କରିଥିବା ଖବର ଶୁଣି ସଭ୍ଯ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ହଜାର ହଜାର ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଡପ ଦର୍ଶନ କରିବା ପରେ ଭୋଳାନାଥ ପଲ୍ଲିଶ୍ରୀ ମେଳା ବୁଲିଥାନ୍ତି । ଏହି ମେଳାରେ ପ୍ରାୟ ୧୨ କୋଟି ଟଙ୍କାର ବ୍ଯବସାୟ ହୋଇଥାଏ । ଏହି ମେଳା ତାଳବଣିଆକୁ ଉଠିଗଲେ ଭକ୍ତ ମାନେ ସେଠାକୁ ଯିବା ସମ୍ଭବ ପର ହେବ ନାହିଁ । ଶ୍ରୀମନ୍ଦିର ପରିଚଳନା କମିଟି ନାହିଁ-ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନର ପରିଚାଳନା କମିଟି ସମସ୍ତ ନିଷ୍ପତ୍ତି ନେଇଥାନ୍ତି । କମିଟି ଭାଙ୍ଗି ଯିବା ପରେ ଏହି ନିଷ୍ପତ୍ତି କିପରି ନିଆଯାଊଛି ସେ ସମ୍ପର୍କରେ ସେବକ ଦାମୋଦର ମହାସୁଆର ପ୍ରଶ୍ନ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026