ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରଥମ ସମ୍ବନୟ ବୈଠକ ଗୁରୁବାର ପୂର୍ବାହ୍ନରେ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବି.ପରମେଶ୍ବରନ ଅଧ୍ୟକ୍ଷତା କରିଥିଲେ । ସହର ପରିମଳ, ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥା,ବିଦ୍ୟୁତ ବିଭାଗର ଅବହେଳା,ସାହିଗଳି କନ୍ଦିର ରାସ୍ତାଘାଟ ଅବ୍ୟବସ୍ଥାକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା । ପ୍ରାରମ୍ଭରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଅତିଥି ପରିଚୟ ସହ ସ୍ବାଗତ କରିଥିଲେ ।
