Home ଓଡ଼ିଶା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆର୍ନ୍ତଜାତୀୟ ଶ୍ରମିକ ଦିବସ ପାଳନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାପରିଷଦ ନୟାଗଡ଼ଙ୍କ ଡିପିଆର୍ସି ସମ୍ମିଳନୀ କକ୍ଷରେ ଶତାଧିକ ଶ୍ରମିକମାନଙ୍କୁ ନେଇ ଆର୍ନ୍ତଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ସଚିବ ଅଞ୍ଜଳୀ ମଛଖଣ୍ଡ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ କହିଥିଲେ- ଯଦି କେହି କାର୍ଯ୍ୟକ୍ଷେତ୍ରରେ ଶ୍ରମିକଙ୍କୁ ନିର୍ଯାତିତ ନିସ୍ପେଡ଼ିତ କରନ୍ତି ତଥା ବେଆଇନ୍ ଭାବେ ଅନୁଚିତ୍ କାର୍ଯ୍ୟରେ ନିୟୋଜିତ କରନ୍ତି ଅଥବା ଆଇନ୍ ଅନୁସାରେ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ ନିରପତା ସୁରକ୍ଷା ଆଦି ଯଦି କେହି ନିଯୋକ୍ତା ପ୍ରଦାନ ନକରନ୍ତି ତେବେ ଆଇନ୍ ଅନୁସାରେ ଦଣ୍ଡିତ ହେବେ । ଆମ ସରକାର ଶ୍ରମିକମାନଙ୍କ ପାଇଁ ଅନେକ ଆଇନ୍ ପ୍ରଣୟନ କରିଛନ୍ତି । ଆମେ ସମସ୍ତେ ଧ୍ୟାନ ରଖିବା ଶ୍ରମିକ ଅଧିକାରୀ ଯେପରି କ୍ଷୂର୍ଣ୍ଣ ନହୁଏ । କାର୍ଯ୍ୟ ଆଗରେ ନିତ ପରିବାରର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଯିଏ କାମକରିଥାଏ ସେ ହେଉଛନ୍ତି ଶ୍ରମିକ । ଶ୍ରମିକ କାର୍ଯ୍ୟକଲାବେଳେ ତାଙ୍କର ନିରାପତା ପାଇଁ ଧ୍ୟାନ ରଖିବା ଦରକାର ବୋଲି କହିଥିଲେ । ଅନ୍ୟତମ ଅତିଥ୍ô ଜିଲ୍ଲା ଶ୍ରମ ଅଧିକାରୀ ଚିତରଞ୍ଜନ ରାଉତ, ଓକିଲ ସଂଘର ସଭାପତି ରଣଜିତ କୁମାର ଦାଶ, ପିଆଇଏଲ୍ ସତ୍ୟରଞ୍ଜନ ଦାସ, ବରିଷ୍ଠ ଆଇନ୍ଜୀବୀ ରମେଶ ଚନ୍ଦ୍ର ମହାରଣା, କାମାକ୍ଷା ପ୍ରସାଦ ଦାସ, ପ୍ରାଧିକରଣ ସଦସ୍ୟା କ୍ଷଣପ୍ରଭା କର, ସମାଜସେବୀ ଅମନ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜନିଜର ବକ୍ତବ୍ୟ ରଖିଥିଲେ । ଆଇନ୍ସେବା ପ୍ରାଧିକରଣ ତରଫରୁ ଏକ ସଚେତନତାଧର୍ମୀ ଛୋଟ ନାଟିକା ଶ୍ରମିକମାନଙ୍କ ଅଧିକାର ଉପରେ ପର୍ଯ୍ୟବେସିତ ଅଧିକାର ମିତ୍ରଙ୍କ ଦ୍ୱାରା ପରିବେଷଣ ହୋଇ ପ୍ରଶଂସା ସାଉଁଟିଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲା ଆଇନସେବା ପ୍ରାଧିକରଣର ଅଧିକାର ମିତ୍ର ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026