Home ଓଡ଼ିଶା ବାଲିଗୁଡା ବ୍ଲକରେ ଶିକ୍ଷା ବିଭାଗ ତରଫରୁ ଡ୍ରପଆଉଟ ସର୍ଭେ କାର୍ଯ୍ୟ ଆରମ୍ଭ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକରେ ବୁଧବାର ଠାରୁ ଡ୍ରପ ଆଉଟ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ମେ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ବ୍ଲକ ଶିକ୍ଷାଧିକାରୀ ମହେଶ୍ଵର ମାଝି ଓ ସିଆରସିସି ସୌଦାମିନି ସାହୁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପଣସପଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ନିଜ ଅଞ୍ଚଳ ରେ ଘରକୁ ଘର ବୁଲି ଡ୍ରପ ଆଉଟ ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନମିତା ପ୍ରହରାଜ ଏକ ୪ ଜଣିଆ ଟିମ ଗଠନ କରି ଶିକ୍ଷୟିତ୍ରୀ ସବିତା ମହାନ୍ତି , ଜ୍ୟୋତିର୍ମୟୀ ଶତପଥି , ମିନାକ୍ଷୀ ତ୍ରିପାଠୀ ,ପ୍ରମିଳା ବଳିଆରସିଂ ,ମୋହିନୀ ପ୍ରଧାନ ,ସୁଦିପ୍ତା ମହାପାତ୍ର , ଲକ୍ଷ୍ମୀ ପ୍ରିୟା ମଲ୍ଲିକ, ଶିକ୍ଷକ ରଞ୍ଜନ କୁମାର ପାନିଗ୍ରାହୀଙ୍କୁ ନେଇ ୪ ଟି ସାହି କୁ ଯାଇ ଶୂନରୁ ୧୮ ବର୍ଷର ପିଲାଙ୍କୁ ଚିହ୍ନଟ କରିବେ ଶିକ୍ଷକ, ଶିକ୍ଷୟିତ୍ରୀ । କେଉଁ ଗ୍ରାମର କେତେ ପିଲା ଅଧାରୁ ପାଠପଢ଼ା ଛାଡ଼ିଛନ୍ତି ତାହାର ତାଲିକା ପ୍ରସ୍ତୁତ କରିଛନ୍ତି । ଆଖପାଖ ଅଞ୍ଚଳ ସମେତ ନିକଟବର୍ତ୍ତୀ ଗାଁ ,ସାହି, କଲୋନି ରେ ପହଞ୍ଚି ସେମାନେ ପିଲାଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରିବେ ଗାଁରେ କେତେ ପିଲା ରହିଛନ୍ତି ? ପିଲାଙ୍କ ନାମ, ବୟସ, ଲିଙ୍ଗ ଆଦି ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି । କେଉଁ କାରଣ ପାଇଁ ଅଧାରୁ ପିଲା ପାଠପଢ଼ା ଛାଡ଼ିଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିବେ, କେଉଁ ଭାଷାରେ କଥାବାର୍ତ୍ତା କରନ୍ତି, ଦିବ୍ୟାଙ୍ଗ କି ନାହିଁ; ସେ ସଂକ୍ରାନ୍ତରେ ମଧ୍ୟ ସମସ୍ତ ତଥ୍ୟ ସଂଗ୍ରହ କରାଯିବା ସହ ବ୍ଲକ ର ପ୍ରତ୍ୟେକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ଶିକ୍ଷକ, ଶିକ୍ଷୟିତ୍ରୀ ଏହି କାର୍ଯ୍ୟ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026