Home ଓଡ଼ିଶା ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ କାଠ ପୂଜା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ଅକ୍ଷୟ ତୃତୀୟା ଅବସରରେ କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ବାଲିଗୁଡାର ଶ୍ରୀଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସକାଳୁ ରଥ ନିର୍ମାଣ ପାଇଁ ନୂତନ କାଠ ସଂଗ୍ରହ କରାଯାଇ ମନ୍ଦିର ମଧ୍ୟରେ ପୂଜକ ମହେଶ୍ଵର ପଣ୍ଡା ନୂତନ କାଠରେ ଗଙ୍ଗା ଜଳ ଛିଞ୍ଚନ କରି ଚନ୍ଦନ ସିନ୍ଦୁର ଲଗାଇବା ସହ ଦୀପ, ଧୂପ ଓ ପୁଷ୍ପ ମାଲ୍ୟ ଦେଇ ମନ୍ତ୍ର ଉଚାରଣ କରି ପୂଜାର୍ଚ୍ଚନା କରିଥିବା ବେଳେ ରଥ କାଠକୁ ରଥ କରିବା ପାଇଁ ରାଜେନ୍ଦ୍ର ମହାରଣା କାଠକୁ ନେଇ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥିଲେ । ମହାପ୍ରଭୁଙ୍କ ଘୋଷଯାତ୍ରା ପ୍ରସ୍ତୁତି ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରତ୍ନ ବେଦୀରୁ ଜନ୍ମବେଦୀ ପର୍ଯ୍ୟନ୍ତ ନିର୍ମାଣ ହେବ ତିନି ରଥ । ଏଥିରେ ଟ୍ରଷ୍ଟ ପକ୍ଷରୁ ଟି.ଶ୍ରୀନିବାସ ରାଓ , ମଧୁସୂଦନ ଦାସ ଓ ଲୋକନାଥ ପାଢୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026 ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା by Proprietor Abhimanyu Maharana September 20, 2026 ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 20, 2026 ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି by Proprietor Abhimanyu Maharana September 20, 2026