ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କର ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ; ମୁଖ୍ୟମନ୍ତ୍ରୀ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) ଭୁବନେଶ୍ୱର :ଭାରତ ର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କ ର ଦେହାନ୍ତ ଖବର ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଭାରତ ରତ୍ନ ଅଭିଜ୍ଞ ରାଜନେତା ପ୍ରଣବ ମୁଖାର୍ଜୀ ଙ୍କର ସବୁ କ୍ଷେତ୍ରର ଜ୍ଞାନ ଥିଲା ଓ ତାଙ୍କର ଜୀବନ ର ପ୍ରତ୍ୟକ ଦୃଷ୍ଟିକୋଣ ଵ୍ୟଵହାର , ବିବେକପୂର୍ଣ୍ଣ ,ଶୃଙ୍ଖଳା ର ପ୍ରତିମୂର୍ତ୍ତି ଥିଲେ ।

ଏବଂ ତାଙ୍କର ଏକ ବିଶିଷ୍ଟ ରାଜନୈତିକ କ୍ୟାରିଅର ଥିଲା ଓ ତାଙ୍କର ନ୍ୟାୟ ପୂର୍ଣ୍ଣ ଶାସନ , ଅଦ୍ୟିତିୟ ଅନୁଭବ ସମାଜ ର ସମସ୍ତ ବର୍ଗ ମଧ୍ୟରେ ତାଙ୍କ ପ୍ରତି ସମ୍ମାନ , ସ୍ନେହ , ପ୍ରେମ ଅପୂରଣୀୟ ଥିଲା । ରାଷ୍ଟ୍ର ରେ ତାଙ୍କର ଏହି ଅସାଧାରଣ କ୍ଷମତା ପାଈଁ ସେ ଲୋକଙ୍କ ମନରେ ଅବିସ୍ମରଣୀୟ ହୋଇ ରହିବେ । ତାଙ୍କର ପରଲୋକ ରେ ଏକ ମହାନ ଯୁଗ ର ଅବସାନ ଘଟିଲା ବୋଲି ମୁଖ୍ୟମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି । ଏହା ମୁଖ୍ୟମନ୍ତ୍ରୀ ଶ୍ରୀ ମୁଖାର୍ଜୀ ଙ୍କ ପରଲୋକ ରେ ତାଙ୍କ ପରିବାରବର୍ଗ ଙ୍କ ପ୍ରତି ଗଭିର ସମବେଦନା ଜ୍ଞାପନ କରିଛନ୍ତି ।

Exit mobile version