Home ଓଡ଼ିଶା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା କୁମାରୀ ଦାଶ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପରିସରରେ ସମସ୍ତ ଶିକ୍ଷକ ସଂଘ ,ସି ଆର୍ ସି ସି ,କାର୍ଯ୍ୟାଳୟ କର୍ମଚାରୀ ଙ୍କ ସହଯୋଗରେ ଅବସର କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସଂଧ୍ୟାରାଣୀ ରାଉତ ,ସମ୍ମାନୀତ ଅତିଥି ଭାବେ ଏ ବି ଓ ଜ୍ୟୋତ୍ସ୍ନାରାଣୀ ସେଠୀ, ଜିଲ୍ଲା ପୋଗ୍ରାମର ସୁଦର୍ଶନ ସାହୁ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା କୁମାରୀ ଦାଶ ଙ୍କୁ ଉତ୍ତରୀୟ,ମାନପତ୍ର ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ତତ୍ ସହିତ ସେ କିପରି ଦାୟିତ୍ବବାନ, କର୍ତ୍ତବ୍ୟନିଷ୍ଠ ଥିଲେ ସେ ଉପରେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୀମାଞ୍ଚଳ ସେନାପତି ,ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରାଥମିକ ଶିକ୍ଷକ ସଂଘ ଏକ୍ସ କ୍ୟାଡ଼ର ସଭାପତି ପ୍ରକାଶ ବେହେରା ଙ୍କ ସମେତ ସମସ୍ତ ସି ଆର୍ ସି ସି , ଶିକ୍ଷା କାର୍ଯ୍ୟାଳୟ ର କର୍ମଚାରୀ ଯୋଗଦେଇ ଅବସର ଗ୍ରହଣ କରିଥିବା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା କୁମାରୀ ଦାଶ କିପରି ସ୍ନେହୀ, ସମୟାନୁବର୍ତି ଥିଲେ ଏବଂ ପ୍ରତ୍ୟେକ ବିଦ୍ୟାଳୟରେ ତାଙ୍କ ପ୍ରଚେଷ୍ଟା ,ସହଯୋଗରେ ମଧ୍ୟାହ୍ନ ଭୋଜନ ସୂଚାରୁରୂପେ ଚାଲିଥିବା ନେଇ କହିଥିଲେ । ସେ କେବେବି ଜଣେ ଅଧିକାରୀ ଭାବେ ଗର୍ବ କରୁନଥିଲେ । ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ କିପରି ହେବ ସେନେଇ ସର୍ବଦା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସୁପରାମର୍ଶ ଦେଉଥିଲେ । ଏହି କାର୍ଯ୍ୟକ୍ରମ କୁ ଅଲ୍ ଓଷ୍ଟା ଯୁଗ୍ମ ସମ୍ପାଦକ କବିରାଜ ବିଶ୍ଵାଳ ପରିଚାଳନା କରିଥିବା ବେଳେ ଏନ୍ ପି ଏସ ଶିକ୍ଷକ ସଂଘ ସଭାପତି ଅଶୋକ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ରେ ଦୀର୍ଘ ଦୁଇବର୍ଷ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରି ସୁନାମ ଅର୍ଜନ କରିଛନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026