Home ଓଡ଼ିଶା ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ମାନଙ୍କର ବନ୍ଧୁମିଳନ ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ନିର୍ବାଚନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶିକ୍ଷାନିକେତନ ଅନୁଷ୍ଠାନ ପରିସର ରେ କନ୍ଧମାଳ ଜିଲ୍ଲାରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ମାନଙ୍କର ଏକ ବନ୍ଧୁମିଳନ ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ମାନଙ୍କ ଉପସ୍ଥିତରେ ଏକ ସାଧାରଣ ସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି ସଭାରେ ପ୍ରାଥମିକ ଶିକ୍ଷକ ମାନଙ୍କର ଯୋଜନା ଭିତ୍ତିକ ପ୍ରଥା କୁ ହଟାଇ ନିୟମିତ କରିବା ପାଇଁ ସରକାରଙ୍କୁ ଦାବୀ ପତ୍ର ଦେବା ତଥା ଆବଶ୍ୟକ ସ୍ଥଳେ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ଛକରେ ଧାରଣା ଦେବା ପାଇଁ ଉକ୍ତ ସଭା ରେ ଆଲୋଚନା କରାଯାଇଥିଲା। ତତ୍ ସହିତ ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ଼ୀ କରଣ କରିବା ପାଇଁ ବିଦ୍ୟାଳୟ ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଖେଳ, ଗୀତ ,ନାଚ, ଅଭିନୟ ଆଦି ଉପାୟରେ କିପରି ଶିକ୍ଷା ଦାନ କରିହେବ ସେ ବିଷୟରେ ସଭାପତି ଜୟ ମରାଠୀ ସେନାପତି ଆଲୋକପାତ କରିଥିଲେ। ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ରୂପେ ଜୟ ମରାଠୀ ସେନାପତି, କାର୍ଯ୍ୟକାରୀ ସଭାପତି ରୂପେ ସେଜଲ୍ ମିଶ୍ର, ସମ୍ପାଦକ ରୂପେ ପ୍ରଣତି ମଞ୍ଜରୀ ସ୍ୱାଇଁ , ଯୁଗ୍ମ ସମ୍ପାଦକ ରୂପେ ସୌମ୍ୟ ରଞ୍ଜନ ପାତ୍ର, କୋଷାଧ୍ୟକ୍ଷ ରୂପେ ଫିରୋଜ ଦିଗାଲ ଏବଂ ଗଣ ମାଧ୍ୟମ ସଂଯୋଜକ ରୂପେ ଆକାଶ ପରା ସେଠ ନିର୍ବାଚିତ ହୋଇଛନ୍ତି । ଶେଷରେ ବାଲିଗୁଡ଼ା ବ୍ଲକ ସଭାପତି ଦୀପକ କୁମାର ମୁଖୀ ଧନ୍ୟବାଦ୍ ଅର୍ପଣ କରିଥିଲେ Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ by Proprietor Abhimanyu Maharana August 3, 2026 ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana August 3, 2026 ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 2, 2026 ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ by Proprietor Abhimanyu Maharana August 2, 2026 ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ by Proprietor Abhimanyu Maharana August 2, 2026 ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ by Proprietor Abhimanyu Maharana August 2, 2026