Home ଓଡ଼ିଶା ଓଡିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷାନିରୀକ୍ଷକ ସଂଘର ବୈଠକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷାନିରୀକ୍ଷକ ସଂଘ କନ୍ଧମାଳ ଜିଲ୍ଲା ଶାଖାର କାର୍ଯ୍ୟ ନିର୍ବାହୀ ସମିତି ବୈଠକ ବାଲିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି l ସଂଘ ର ସଭାପତି ସୁରଥ ଚନ୍ଦ୍ର ମୁନି ଶ୍ରୀ ଗଣେଶଙ୍କ ଫୋଟୋ ଚିତ୍ର ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ବରିଷ୍ଠ ଶିକ୍ଷକ ଉମେଶ ଚନ୍ଦ୍ର ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ l ପ୍ରଥମେ ଦିବଂଗତ ଶିକ୍ଷକ ମାନଙ୍କ ଆତ୍ମ ର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା l ଜିଲ୍ଲା ଶିକ୍ଷକ ସଂଘ ର ସାଧାରଣ ସମ୍ପାଦକ ତୀର୍ଥବାସୀ ଘଡ଼ାଇ ଗତ ବୈଠକର ବିବରଣୀ ପାଠ କରିଥିଲେ l ବୈଠକ ରେ ଦରମା ଠିକ ସମୟରେ ନହେବା, ଶିକ୍ଷକ ମାନଙ୍କର ବହୁ ସମସ୍ୟା ବାରମ୍ବାର ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟ ନହେବା, MACP ଓ RACP ନହେବା, ଇପିଏଫ ସମସ୍ୟା ସମାଧାନ ନହେବା,ଜିଲ୍ଲା କାର୍ଯ୍ୟାଳୟ ରେ ଅଫିସ ଅlସିଷ୍ଟାଣ୍ଟ ଙ୍କ ଶିକ୍ଷକ ମାନଙ୍କ ପ୍ରତି ବ୍ୟବହାର ସନ୍ତୋଷ ଜନକ ନୁହେଁ, ହେଡ଼ ସେବକ ପଦୋନ୍ନତି, MCT ଗ୍ରେଡ଼ସନ, ବି.ଏ ବି ଇ ଡି ଏବଂ ବି ଏସି ବି ଇଡି ଗ୍ରେଡ଼ସନ, ଆଗାମୀ ସାଧାରଣ ସଭା, ଶିକ୍ଷକ ମାନଙ୍କର ଅବସର ସମ୍ବର୍ଦ୍ଧନା ସଭା, ଦିବଂ ଗତ ଶିକ୍ଷକ ମାନଙ୍କ ପାଖରେ ସଂଘ ଠିଆହେବା, ଘରଭଡା ଇତ୍ୟାଦି ଆଲୋଚନା ହୋଇଥିଲା l ଏ ବିଷୟରେ ଜିଲ୍ଲା ମଙ୍ଗଳ ଅଧିକାରୀ, କନ୍ଧମାଳ ଓ ଜିଲ୍ଲାପାଳ କନ୍ଧମାଳ ଙ୍କୁ ଅବଗତ କରାଇ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରାଯିବ, ଯଦି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ନ ହୁଏ ତେବେ ଓଡିଶା ସରକାର ଙ୍କୁ ଦରଖାସ୍ତ ଦେବା ସହିତ ଏକ ବିଶାଳ ଶିକ୍ଷକ ସମାବେଶ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ କରିବା ପାଇଁ ଆଲୋଚନା ହୋଇଥିଲା l ଏଥିରେ ସମସ୍ତ କାର୍ଯ୍ୟ ନିର୍ବାହୀ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ l ସଭା ଶେଷରେ ସଂଘ ର ମୁଖ୍ୟ ଉପଦେଷ୍ଟା ମାନ୍ୟବର ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଓ ଆଇନ ପରମର୍ଶଦାତା ବିଜୟକୃଷ୍ଣ ପଟ୍ଟନାୟକ ଙ୍କୁ ଅବଗତ କରାଯାଇଥିଲା l ଶେଷରେ ସଂଘ ର ଉପସଭାପତି ରଂଜିତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026