କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କୋରୋନେସନ ପଡିଆ ଠାରେ କନ୍ଧମାଳ ବୈଶାଖୀ ଉତ୍ସଵ ଓ ବାଣିଜ୍ୟ ମେଳା ୨୦୨୫ ଏକ ବର୍ଣ୍ଣାଢ଼୍ୟ ପରିବେଶ ରେ ଉଦଘାଟିତ ହୋଇଛି l ଉତ୍ସଵ କମିଟି ଅଧ୍ୟକ୍ଷ ତଥା ସାମ୍ୱାଦିକ ରାଧାମୋହନ ମହାପାତ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଉଦଘାଟନୀ ଉତ୍ସଵରେ କନ୍ଧମାଳ ଏସପି ହରିଶ୍ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଏହି ମେଳା ଜିଲ୍ଳାର ଲୋକ କଳା ,ସଂସ୍କୃତି ପରମ୍ପରା କୂ ଲୋକ ଲୋଚନ କୁ ଆଣିବାରେ ସହାୟକ ହେବ ବୋଲି କହିଥିଲେ l

