କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ମହାନଦୀବିହାର ଡେଭଲପମଂଟ୍ ଆସୋସିଏସନ୍ (ଏମଡିଏ) ଆନୁକୁଲ୍ୟରେ ମହାନଦୀବିହାର ପେନସନର୍ସ ଆସୋସିଏସନର, ବରିଷ୍ଠ ନାଗରିକ ମଂଚ ଏବଂ ମହିଳା ସମିତିର ମିଳିତ ସହଯୋଗରେ ମହାନଦୀବିହାର ସ୍ଥିତ ମହାନଦୀ ଭବନ ପରିସରରେ ଏକ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମେଡ଼ିସିନ, ଗ୍ୟାଷ୍ଟ୍ରୋ, ଜେରିଆଟିକ, ଚର୍ମ, କାର୍ଡିଓଲୋଜି, ଦାନ୍ତ, ସ୍ଥିପିଂ ଡିଜଅର୍ଡର, ପେଡିଆଟିକ, ଅର୍ଥୋପେଡିକ ଆଦି ବିଭାଗର ଅଭିଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ରୋଗୀମାନଙ୍କୁ ରୋଗର ବିଭିନ୍ନ ଦିଗ ଉପରେ ପରାମର୍ଶ ପ୍ରଦାନ କରିଥିଲେ ।
