ପହଲଗାମ ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ଭାରତୀୟ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଏକତା ଏବଂ ସ୍ମୃତିର ଏକ ହୃଦୟସ୍ପର୍ଶୀ ପ୍ରଦର୍ଶନରେ ସିଫା ସୋସିଆଲ ୱେଲଫେୟାର ଆଣ୍ଡ ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ରବିବାର ସନ୍ଧ୍ୟା ୭ଘଟିକା ସମୟରେ ଏକ କ୍ୟାଣ୍ଡେଲ ପଦଯାତ୍ରା ଆୟୋଜନ କରି ସମ୍ପ୍ରତି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପୀଡିତମାନଙ୍କୁ ସମ୍ମାନିତ କରିଛି, ମନ୍ସୂର୍ ବାବା ଙ୍କ ଦର୍ଘା ଠାରୁ ଓ଼ଲ୍ଡ ଵଉଷ୍ଟାଣ୍ଡ ଯାଏ କ୍ୟାଣ୍ଡେଲ ଲାଇଟ ଶୋଭାଯାତ୍ରା ବାହାରିଥିଲା l

ଜମ୍ମୁ କାଶ୍ମୀର ର ପହଲଗାମ ରେ ନିହତ ହୋଇଥିବା ଭାରତୀୟ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଏହି ଟ୍ରଷ୍ଟ ର ପ୍ରତିଷ୍ଠାତା ସେକ ସବିର ହୋସେନ ଏହି ନିନ୍ଦନୀୟ ଘଟଣା କୁ କଡ଼ା ଶବ୍ଦ ରେ ନିନ୍ଦା କରିଛନ୍ତି ଆତଙ୍କବାଦ ର କୌଣସି ଧର୍ମ ନାହିଁ,

ଯିଏ ଏହି ନିନ୍ଦନୀୟ ଘଟଣା କରିଛି ତାଙ୍କୁ ଉଚିତ୍ ଦଣ୍ଡ ଦିଆଯାଉ ବୋଲି ଭାରତ ର ପ୍ରଧାନମନ୍ତ୍ରୀ ଙ୍କୁ ନିବେଦନ୍ କରିଛନ୍ତି. ଏମ୍ ଡି ମୁସ୍ତାକିମ ଏହି ଶୋଭାଯାତ୍ରା କୁ ପରିଚାରଣ କରିଥିବା ବେଳେ ଆଇନ୍ ଜିବୀ ସୟଦ ମୁକ୍ତାର ଅଲି, ସେକ ଜାକିର, ସେକ ସୌକତ୍,  ୟୁଥ ସ୍ପୋର୍ଟ୍ସ ଅଥଲେଟିକ ଏକାଡେମୀ କେନ୍ଦ୍ରାପଡ଼ା ର ସମସ୍ତ ଛାତ୍ର ସହଯୋଗ କରିଥିଲେ l

Exit mobile version