ଅନଲାଇନ ମାଧ୍ୟମରେ ନୂଆଁଖାଇ ଭେଟଘାଟ ଏବଂ କବିତା ଆସର ପାଳନ କଲା ଓଡିଶା କର୍ମଜୀବି ସାମ୍ବାଦିକ ସଂଘ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) ପଦ୍ମପୁର : ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ବରଗଡ ଜିଲ୍ଳା ଶାଖା ଆନୁକୂଳ୍ୟରେ ଆସ୍ଥା ନିବାସ ଠାରେ କରୋନା କଟକଣାକୁ ଦୃଷ୍ଟିରେ ରଖି ସରକାରୀ ନିତି ନିୟମକୁ ପାଲନ କରି ଅନଲାଇନ ମାଧ୍ୟମରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ବ୍ୟଙ୍ଗ କବି ସଚ୍ଚି ପଣ୍ଡା ,ସ୍ବତନ୍ତ୍ର ଅତିଥି ଦେବେନ୍ଦ୍ର ସାହୁ, କବି ଆଶୁତୋଶ ରଥ , ସମ୍ମାନିତ ଅତିଥି ଭାବେ କବି କିଶୋର ସାହୁ , କବି ସରୋଜ ଆଚାର୍ଯ୍ୟ ,ଆଇନଜିବୀ ତଥା କବି ଓ ଲେଖକ କିରଣ କୁମାର ମିଶ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ସୁଶ୍ରୀ ସୌଭାଗ୍ୟ ଲକ୍ଷ୍ମୀ ଦାଶ ପ୍ରାରମ୍ଭିକ ସଂଗିତ ଗାନ କରିଥିବା ବେଲେ ଆକାଂକ୍ଷା ଅନ୍ନପୂର୍ଣା ସାହୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।

କରୋନା ସଚେତନତା ପ୍ରସଙ୍ଗରେ ” କରୋନା ର ବଡା ରୁବାବ କବି ର କବିତା ର ଜବାବ ” ଉପରେ କବିତା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମାଜସେବୀ ଦିବସ କୁମାର ସାହୁ ଙ୍କୁ ପୁଷ୍ପଗୁଛ୍ଛ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସଭାପତି ତ୍ରିବିକ୍ରମ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଲେ ସଂପାଦକ ପରମାନନ୍ଦ ମିଶ୍ର ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟ ଉପସଭାପତି ଆଶୁତୋଷ ରଥ ଅଧ୍ୟକ୍ଷତା କରିଥିବା ବେଳେ କବି ସ୍ମୃତିରେଖା ରଥ , ମାନିନୀ ମେହେର , ମୁନିରାମ କୁମ୍ଭାର , ପ୍ରମୋଦ ମହାପାତ୍ର ,ରଂଜିତ ପ୍ରଧାନ, ଜଗନ୍ନାଥ କୁମ୍ଭାର , ରାମପ୍ରସାଦ ବାଗ , ଚନ୍ଦ୍ରାବତି ପାଣ୍ଡେ , ହାରାଧନ ଭଏନା , ସନୟ ମେହେର ପ୍ରମୁଖ କବି ଅନଲାଇନ ମାଧ୍ୟମରେ ସ୍ବରଚିତ କବିତା ଆବୃତି କରିଥିଲେ । ଶେଷରେ ମୋତିଲାଲ ବାଗ ଧନ୍ୟବାଦ ଜ୍ଞାପନ କରିଥିଲେ ।

Exit mobile version