Home ଅପରାଧ ନକଲି ଟ୍ରାଞ୍ଜିଟ ପାସରେ ଚୋରା ବାଲି ଚାଲାଣ : ଜୋରିମାନା ଆଦାୟକୁ ନେଇ ଚର୍ଚ୍ଚା ! by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଅଞ୍ଚଳର ଋଷିକୁଲ୍ୟା ଓ ଘୋଡାହଡ ନଦୀ ପଠାର ବିଭିନ୍ନ ସ୍ଥାନରୁ ବେଧଡକ ଭାବେ ଚୋରା ବାଲି ଲୁଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାୟତଃ ରାତ୍ରୀ ୧୦ ଟା ପରେ ଆରମ୍ଭ ହୋଇ ଭୋର ସମୟ ପର୍ଯ୍ୟନ୍ତ ଚୋରା ଚାଲାଣର କାରବାର ହୁଏ। ଦୈନିକ ରାତିରେ ହଜାର ହଜାର ଟଙ୍କାର ଚୋରା ବାଲି ଚାଲାଣ ପରିବହନ ହୋଇ ସହର ଓ ଗାଁ ଗହଳିର ବିଭିନ୍ନ ସ୍ଥାନରେ ଠୁଳ ହେଉଥିବା ଜଣାପଡ଼ିଛି। ରବିବାର ରାତ୍ର ପ୍ରାୟ ୨ଟା ସମୟରେ ହିଞ୍ଜିଳି ପୁଲିସ୍ ପେଟ୍ରୋଲିଂ କରୁଥିବା ବେଳେ ଏକ ବାଲି ବୋଝେଇ ହାଇଓ୍ବା (ଓଡି ୦୭ଏ ଆର୍ ୮୫୩୧)କୁ ରାଜା ସାହି ଛକ ନିକଟରେ ତନଖି ଥିଲେ। କାଗଜ ପତ୍ର ଯାଞ୍ଚ ସମୟରେ ଡ୍ରାଇଭର ଜଣକ ଟ୍ରାଞ୍ଜିଟ୍ ପାସ ଦେଖାଇଥିଲେ। କିନ୍ତୁ ଏହା ନକଲି ବୋଲି ପୁଲିସ୍ ଜାଣି ପାରିଥିଲା। ଅନୁସନ୍ଧାନ ବେଳେ ଟିପରଟି ନକଲି ୱାଇ ଫର୍ମରେ ଲକ୍ଷ୍ମୀପୁର ନିକଟସ୍ଥ ଘୋଡାହଡ ନଦୀରୁ ବାଲି ଚୋରା ଚାଲାଣରେ ଲିପ୍ତ ଥିବା ଜଣା ପଡିଥିଲା। ପରେ ଜିଲ୍ଳା ଲଘୁ ଖଣିଜ ବିଭାଗର ଅଧିକାରୀଙ୍କୁ ଏନେଇ ପୁଲିସ୍ ଖବର ଦେଇଥିଲା। ଖଣିଜ ବିଭାଗର ଅଧିକାରୀ ମାନେ ହିଞ୍ଜିଳି ଥାନାରେ ପହଞ୍ଚି ନକଲି ୱାଈ ଫର୍ମରେ ବାଲି ଚୋରାଚାଲାଣ କରୁଥିବା ଜବତ ହାଇଓ୍ବାରୁ ୫୦ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି । ଏହି ଭଳି ଭାବେ ଦୈନିକ ରାତିରେ ଶିକିରି, ତହର ଓ ଘୋଡାହାଡ ନଦୀରୁ ଲକ୍ଷ ଲକ୍ଷ ଟଙ୍କାର ବାଲି ଲୁଟ ପ୍ରକ୍ରିୟା ଚାଲିଥିବା ବେଳେ ସରକାରଙ୍କ ବିପୁଳ ରାଜସ୍ୱ କ୍ଷତି ସାଧନ ହେଉଥିବା ଦେଖାଯାଇଛି। ଏଣେ ବାଲି ମାଫିଆ ହଜାର ହଜାର ଟଙ୍କାର ଚୋରା ବାଲି ଚାଲାଣ କରି ମାଲେମାଲ୍ ହେଉଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ରହିଛି। ସୁଚନା ଥାଉକି ଗତ ୧୭ ତାରିଖରେ ତହଁର – ଭେଟସିଙ୍ଗି ସେତୁ ନିକଟରୁ ବାଲି ଚୋରା ଚାଲାଣ ଅଭିଯୋଗରେ ଖଣିଜ ବିଭାଗର ଅଧିକାରୀ ମାନେ ୨ ଟି ଟ୍ରାକ୍ଟରକୁ ଜବତ କରି ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିଥିଲେ। କିନ୍ତୁ ଜବତ ହୋଇଥିବା ଟିପରରେ ଅଧିକ ଓଜନର ବାଲି ଚୋରା ଚାଲାଣ ହୋଇଥିବା ବେଳେ କେଉଁ କାରଣରୁ ଖଣିଜ ବିଭାଗ ପକ୍ଷରୁ ଅନୁରୂପ ଭାବେ ୫୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ତାହା ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି। Categories: ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026