Home ଓଡ଼ିଶା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ତରଫରୁ “ଆର୍ଟ ଅଫ୍ ପ୍ଯାରେଣ୍ଟିଂ” ଉତ୍ତମ ଅଭିଭାବକ ହେବାର କଳା ଶୀର୍ଷକ ଆଲୋଚନା ଚକ୍ର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ପରିଷଦ ସ୍ରୁଜନ ସଭାଗୃହରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ତରଫରୁ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଶିଷ୍ଟ ଶିକ୍ଷାବିତ୍ ମାନଙ୍କୁ ନେଇ “ଆର୍ଟ ଅଫ୍ ପ୍ଯାରେଣ୍ଟିଂ ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଶିକ୍ଷାକେନ୍ଦ୍ରର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ସେମିନାରରେ ରିସୋର୍ସ ପର୍ସନ ତଥା ମୁଖ୍ଯ ଅତିଥି ଭାବେ ମାନ୍ଯବର ବିଧାୟକ, ନୟାଗଡ଼ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ସାମୂହିକ ଗାନ କରାଯାଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା। ସଂପାଦକ ଶ୍ରୀଯୁକ୍ତ ସାହୁଙ୍କ ସ୍ବାଗତ ଅଭିଭାଷଣ ପରେ ବିଦ୍ଯାଳୟର ଛାତ୍ରୀ ସୁଶ୍ରୀ ବିଶ୍ବବିଜିତା ମହାନ୍ତି ବିଶ୍ବର ସର୍ବଶ୍ରେଷ୍ଠ ହାଭାର୍ଡ ବିଶ୍ବବିଦ୍ୟାଳୟ ଓ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଗବେଷଣାତ୍ମକ ତଥ୍ଯ ଉପସ୍ଥାପନ କରି ଶିଶୁର ପ୍ରଗତି ପାଇଁ ମାଆର ଭୂମିକା ଗୁରୁତ୍ବପୂର୍ଣ୍ଣ ବିଷୟରେ ଅତି ଚିତାକର୍ଷକ ବକ୍ତବ୍ଯ ଦେଇଥିଲେ। ସମ୍ମାନିତ ଅତିଥି ଇଂଜିନିୟର ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ଯେ, ଅଭିଭାବକ ମାନେ ବିଦ୍ଯାଳୟ ପରୀକ୍ଷାରେ ଶିଶୁ ମାନଙ୍କର ଅଧିକ ନମ୍ବର ପଛରେ ନ ଗୋଡାଇ ଶିଶୁ ର ବୌଦ୍ଧିକ ତଥା ଗୁଣାତ୍ମକ ବିକାଶ ଦିଗରେ ମନୋନିବେଶ କରନ୍ତୁ । ଆଲୋଚନା ଚକ୍ରର ରିସୋର୍ସ ପର୍ସନ ତଥା ମୁଖ୍ଯ ଅତିଥି ବିଧାୟକ ଡକ୍ଟର ସାହୁ ଶିଶୁର ପ୍ରଗତିରେ ମାତାପିତାଙ୍କ ଭୂମିକା ବିଷୟରେ ସାରଗର୍ଭକ ବକ୍ତବ୍ଯ ରଖିଥିଲେ। ମାତାପିତାଙ୍କ ଆଚରଣ ଓ ଉଚାରଣକୁ ଶିଶୁ ମାନେ ଅନୁକରଣ କରିଥାନ୍ତି ଓ ସେହିଭଳି ଗଢି ହୋଇ ଥାନ୍ତି।ଶିଶୁର ଖାଦ୍ୟ ସ୍ବାସ୍ଥ୍ଯ ଶାରିରୀକ ଶିକ୍ଷା ପ୍ରତି ପିତାମାତା ଯଥେଷ୍ଟ ଗୁରୁତ୍ବ ଦେବା ସହିତ ମାଆଟିଏ ଶିଶୁ ସହିତ ଶିଶୁଟିଏ ହୋଇ ବଞ୍ଚି ପାରିଲେ ଶିଶୁ ର ମନ କଥା ବୁଝି ପାରିବ ଓ ଶିଶୁକୁ ମଣିଷ ପରି ମଣିଷଟିଏ କରି ଗଢି ପାରିବ ବୋଲି ପରାମର୍ଶ ଦେଇଥିଲେ। ଆର୍ଟ ଅଫ୍ ପ୍ଯାରେଣ୍ଟିଂ ଅର୍ଥାତ୍ ଉତ୍ତମ ଅଭିଭାବକ ହେବାର କଳା ବିଷୟରେ ପ୍ରାୟ ଦେଢ ଘଣ୍ଟା ପାଓ୍ଵାର ପଏଣ୍ଟ ମାଧ୍ୟମରେ ବିଧାୟକ ମହୋଦୟ ଶିକ୍ଷା ଦାନ କରିଥିଲେ। ପିତାମାତାଙ୍କ କଠିନ ପରିଶ୍ରମ, ଯଥେଷ୍ଟ ସମୟଦାନ ଓ କଷ୍ଟ ପୂର୍ଣ୍ଣ ସାଧନା ହିଁ ଉତ୍ତମ ଅଭିଭାବକ ହେବାର କଳା ବୋଲି ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ତିନିଶହ ଅଭିଭାବକ ଯୋଗଦେଇ ଥିଲା ବେଳେ ନୟାଗଡ଼ରେ ଏହି ବିଷୟ ବସ୍ତୁକୁ ନେଇ ପ୍ରଥମ କରି ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଅଭିଭାବକ ମାନେ ଅତ୍ଯନ୍ତ ଖୁସି ବ୍ଯକ୍ତ କରିବା ସହିତ ବିଦ୍ଯାଳୟ ପରିଚାଳକଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ। ଏହି ଆଲୋଚନା ଚକ୍ରରେ ନୟାଗଡ଼ର ବହୁ ବୁଦ୍ଧିଜୀବୀ ଯୋଗଦେଇ ସମୟ ଉପଯୋଗୀ ଏହି କାର୍ଯ୍ୟକ୍ରମର ଆବଶ୍ଯକତା ବହୁ ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ଯକ୍ଷ ଶିକ୍ଷାବିତ୍ ଅଶୋକ କୁମାର ନାୟକ, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଅନାଦି ଚରଣ ମହାନ୍ତି, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ଯାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର, ସମାଜସେବୀ ଅରୁଣ କୁମାର ମହାନ୍ତି, ପ୍ରଦୀପ କୁମାର ସାହୁ, ବିଦ୍ଯାଧର ଆଚାର୍ଯ୍ୟ, ଅବସରପ୍ରାପ୍ତ ବିଜ୍ଞାନ ଅଧ୍ଯାପକ ଶରତ କୁମାର ନାୟକ, ଲେଙ୍କୁଡିପଡା ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ସ୍ବାଇଁ, ୟୁନିଟେକ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ ର ଚେୟାରମ୍ୟାନ ପ୍ରଦୀପ କୁମାର ପ୍ରୁଷ୍ଟି, ରୋଟାରିଆନ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାମ୍ବାଦିକ ପ୍ରଭାତ କୁମାର ମହାପାତ୍ର, ସାମ୍ବାଦିକ ବାସୁଦେବ ସାହୁ, ସାମ୍ବାଦିକ ଭାସ୍କର ସ୍ବାଇଁ ,ସାମ୍ବାଦିକ ଗୌରୀଶଙ୍କର ଦାସ,ଭାରତ ବିକାଶ ପରିଷଦର ସଦସ୍ଯ ଉଦ୍ଯନାଥ ନାୟକ ଓ ସୂର୍ଯ୍ୟମଣି ସାହୁ ଯୋଗଦେଇ ଥିଲେ। ବିଦ୍ଯାଳୟର ସେବାବ୍ରତୀ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲାବେଳେ ପ୍ରିୟମ୍ବଦା ଗୁରୁମା ଧନ୍ଯବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026