Home ଓଡ଼ିଶା ବିଶ୍ୱ ଏକତା ଓ ବିଶ୍ୱାସର ବିକାଶ ପାଇଁ ରାଜଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ପକ୍ଷରୁ ରବିବାର ବିଶ୍ୱ ଏକତା ଓ ବିଶ୍ୱାସର ବିକାଶ ପାଇଁ ରାଜଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ କାକଟପୁରର ରାଜଯୋଗିନୀ ବି.କେ କୁନ୍ତଳା, ନିମାପଡ଼ାର ରାଜଯୋଗିନୀ ବି.କେ ସୁବାସିନୀ ଯୋଗଦେଇ ନିୟମିତ ଧ୍ୟାନ କରିବା ଓ ଯୋଗ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ଦିନଚାର୍ଯ୍ୟ ଓ ଈଶ୍ୱର ପ୍ରାପ୍ତି କରିବା ପାଇଁ ମନୁଷ୍ୟର କ’ଣ କରିବା ଆବଶ୍ୟକ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା, ଓକିଲ ସଂଘର ସଭାପତି ପ୍ରଦୀପ କୁମାର ସାହୁ, ସରପଞ୍ଚ ଚନ୍ଦ୍ରିକା ମଲିକ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ରମେଶ ଚନ୍ଦ୍ର ସାହୁ, ବଣିକ ସଂଘ ସଭାପତି ଲଡ଼ୁକିଶୋର ସାହୁ ପ୍ରମୁଖ ଯୋଗ ଦେଇ ନିୟମିତ ଧ୍ୟାନ କରିବା ଓ ଯୋଗ କରିବା ଦ୍ୱାରା ଶାନ୍ତ ମସ୍ତିଷ୍କ ରହିବା ସହ ଏହା ସ୍ବାସ୍ଥ୍ୟପ୍ରତି କିଭଳି ଲାଭଦାୟକ ସେନେଇ ଆଲୋଚନା କରିଥିଲେ। ମୋହନ କୁମାର ସାହୁଙ୍କ ସମେତ ବହୁ ବ୍ରହ୍ମକୁମାରୀ ଓ କୁମାରମାନେ ଯୋଗଦାନ କରିଥିଲେ। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026 ପଞ୍ଚାୟତିରାଜ, ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ by Proprietor Abhimanyu Maharana August 3, 2026 ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ by Proprietor Abhimanyu Maharana August 3, 2026 ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana August 3, 2026 ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 2, 2026