Home ଓଡ଼ିଶା ସାପ କାମୁଡ଼ା ରେ ଦଶବର୍ଷ ବାଳକ ର ମୃତ୍ୟୁ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତ ଡେଙ୍ଗାରଗାଁରେ ଘଟିଛି ଏକ ଅଘଟଣ । ବିଲ ହୁଡ଼ା ନିକଟରେ ଛୋଟ ପିଲାମାନେ ଖେଳୁଥିବା ସମୟ ରେ ହୁଡ଼ାରେ ଥିବା ଗର୍ତ୍ତରୁ ଏକ ବିଷଧର ସାପ ବାହାରି ଦଶ ବର୍ଷର ଛୋଟ ପିଲାଟି କୁ ଦଂଶନ କରିଥିଲା । ଚାହୁଁ ଚାହୁଁ ପିଲାଟି ତଳେ ପଡ଼ିଥିଲା ଓ ସଙ୍ଗେ ସଙ୍ଗେ କୁନି ପିଲାଟର ବାପା ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତର କୁନି ପିଲାକୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ଡାକ୍ତରଙ୍କ ଠାରୁ ଖବର ପାଇ ବାଲିଗୁଡ଼ା ଥାନା ପୁଲିସ ମେଡିକାଲକୁ ପହଞ୍ଚି ମୃତ ଶରୀର ଜବତ କରି ୧୨/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଅଧିକାରୀ ଭୋଳାନାଥ ପଣ୍ଡା ଶବ ବ୍ୟବଚ୍ଛେଦ ନିମନ୍ତେ ନିର୍ଦ୍ଦେଶ ଦେବା ସହିତ କିଭଳି ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଛି ସେ ନେଇ ତଦନ୍ତ କରୁଥିବା ଜଣାପଡିଛି। ମୃତ ଶିଶୁଟିର ନାମ ରାଜୁ ମଲିକ ବୟସ ୧୦ ବର୍ଷ ପିତାଙ୍କ ନାମ ଜରଲା ମଲିକ ବୋଲି ଜଣାପଡିଛି । ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଘଟଣା ରେ ଦୁଃଖ ପ୍ରକାଶ କରିବା ସହ ପରିବାରକୁ କିଭଳି ରାଜସ୍ୱ ଓ ବିପର୍ଯୟ ପ୍ରଶମନ ବିଭାଗ ପକ୍ଷରୁ ନିର୍ଧାରିତ ଅର୍ଥ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ମିଳିବ ସେ ନେଇ ଜିଲ୍ଲାପାଳ ଙ୍କ ସହ କଥା ହେବେ ବୋଲି କହିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026