ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ପର୍ଯ୍ୟଟକ ଙ୍କ ପାଇଁ ରାମଚଣ୍ଡୀ ବଣିକ ସଂଘ ର ମହମବତୀଶୋଭାଯାତ୍ରା

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ରାମଚଣ୍ଡି  ବଣିକ ସଂଘ ଚାନ୍ଦପୁର ସଭାପତି ନାଥୁମଲ ମହାରାଜିଙ୍କ ପରାମର୍ଶ କ୍ରମେ ଜାମ୍ମୁକାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀ ଙ୍କ ଆକ୍ରମଣରେ ନିହତ ହୋଇଥିବା ପର୍ଯ୍ୟଟକ ମାନଙ୍କ ଅମର ଆତ୍ମାର ସଦଗତି କାମନାର୍ଥେ ବଣିକ ସଂଘ ର ସମସ୍ତ ସଭ୍ୟମାନେ ନିଜ ନିଜର ଦୋକାନକୁ ସନ୍ଧ୍ୟା ଠୀରୁ ଦୋକାନ ବନ୍ଦ କରି ଗାନ୍ଧୀ ମଣ୍ଡପ ଠାରୁ  ଦୁର୍ଗା ମନ୍ଦିର ଏବଂ ମା ରାମଚଣ୍ଡୀ ମନ୍ଦିର ପଯ୍ୟନ୍ତ ମହମବତୀ ଶୋଭାଯାତ୍ରା ରେ ଆସିଥିଲେ।

 

ଶୋଭାଯାତ୍ରା ରେ ସଂପାଦକ ସନ୍ତୋଷ କୁମାର ସାମନ୍ତରାୟ, ଭଗଵାନ ପାତ୍ର,ଅଶୋକ କୁମାର ସାହୁ ଅଶୋକ କୁମାର ମହାପାତ୍ର ଯୋଗେନ୍ଦ୍ର ମହାପାତ୍ର,ସୁନିଲ ବାହେତି, ସନ୍ତୋଷ କୁମାର ନାୟକ ସୁଜିତ କୁମାର ସାହୁ ସମେତ ବଣିକ ସଂଘ ର ଶତାଧିକ ବ୍ୟବସାୟୀମାନେ ଯୋଗ ଦେଇଥିଲେ।ମନ୍ଦିର ପରିସରରେ ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି କାମନା କରିଥିଲେ।  ନୀରବ ପ୍ରାର୍ଥନା ସହିତ ଜାତିର ସୁରକ୍ଷା ପାଇଁ ସର୍ବଦଳୀୟ ନିଷ୍ପତ୍ତି କୁ ସମର୍ଥନ କରାଯାଇଥିଲା।

Exit mobile version