Home ଓଡ଼ିଶା ଏଆଇଟିୟୁସିର ଜିଲ୍ଲା କନଭେନସନ ମେ ୨୦ରେ ଦେଶବ୍ୟାପୀ ଶ୍ରମିକ ଧର୍ମଘଟ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ ( ଏଆଇଟିୟୁସି)ର ଜିଲ୍ଲା କନଭେନସନ ଲକ୍ଷ୍ମୀ ଟକିଜ ନିକଟ କୁଳମଣି ଭବନ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ମେ ୨୦ ଦେଶବ୍ଯାପୀ ଶ୍ରମିକ ଧର୍ମଘଟକୁ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କନଭେନସନରେ ବରିଷ୍ଠ ନେତା ପ୍ରଦୀପ ମହାନ୍ତି ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ର ସରକାର ଶ୍ରମିକ ମାରଣା ନୀତି, ପୁଞ୍ଜିପତିଙ୍କ ସ୍ବାର୍ଥ ରକ୍ଷା,ନୂତନ ଶ୍ରମ ଆଇନକୁ ବାତିଲ କରିବା ଦାବିରେ ଏହି ଧର୍ମଘଟ କରାଯିବ । ନୀଲଗିରି ମୋଟର କର୍ମଚାରୀ ସଂଘ,ପୂର୍ବତଟ ରେଳବାଇ ଠିକା ଶ୍ରମିକ ସଂଘ, ବିଦ୍ୟୁତ କର୍ମଚାରୀ ସଂଘ, ନିର୍ମାଣ ଶ୍ରମିକ ସଂଘ, ଅଙ୍ଗନବାଡି କର୍ମୀ ସଂଘ, ଆଶା କର୍ମୀ ସଂଘ, ସୁନାର ଗୌରାଙ୍ଗ ଅଟୋ ଚାଳକ ସଂଘ, ମୁଣ୍ଡିଆ ମରା ଅଟୋ ଚାଳକ ସଂଘ, ସିପସରୁବାଲି ଅଟୋ ଚାଳକ ସଂଘ, ଗ୍ରୀନ ସିଟି ଅଟୋ ଚାଳକ ସଂଘ, ଉଦ୍ୟାନ ସାଥୀ ସଂଘ ଆଦି ଶ୍ରମିକ ସଂଘ ଏଥିରେ ଯୋଗ ଦେଇଥିଲେ । ଏଆଇଟିୟୁସିର ରାଜ୍ଯ ସାଧାରଣ ସମ୍ପାଦକ ବିଜୟ ଜେନା, ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ,ଅଜୟ କୁମାର ମିଶ୍ର, ମନୋରଞ୍ଜନ ପରିଡା, ସୁରେଶ ଚନ୍ଦ୍ର ବିଶ୍ବାଳ, ବିପିନ ସାହୁ, ଗୋଲଖ ନାୟକ, ରାଜକିଶୋର ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ମହାପାତ୍ର, ଅହଲ୍ଯା ପାଣ୍ଡେ, ସସ୍ମିତା ଦେଇ, ନମିତା ସାହୁ, ଜୟନ୍ତୀ ବାରିକ, ହରିହର ସେନାପତି ଓ ବନମାଳି ସାହୁ ପ୍ରମୁଖ ଶ୍ରମିକ ନେତା ଯୋଗଦେଇ ନୂଆ ଶ୍ରମ ଆଇନ ଦେଶରେ ବିଶାଳ ବେକାର ବାହିନୀ ସୃଷ୍ଟି କରିବ ବୋଲି କହିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026