Home ଓଡ଼ିଶା ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ ନିନ୍ଦା : ମୃତକଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ଯାଣ୍ଡେଲ ଶୋଭାଯାତ୍ରା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଅଲାରନାଥଙ୍କ ନିକଟରେ ସମୂହ ଦୀପ ଦାନ ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ପଡୋଶୀ ଦେଶ ପାକିସ୍ତାନର ପ୍ରୋତ୍ସାହନରେ ଆତଙ୍କବାଦୀଙ୍କ ବର୍ବରତା ସବୁ ସୀମା ଟପି ଯାଇଥିବା ବେଳେ ଏଭଳି ଘଟଣାକୁ ଦୃଢ ନିନ୍ଦାକରିଛନ୍ତି ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା । ସେଥିପାଇଁ ଶନିବାର ଦିନ ସନ୍ଧ୍ୟାରେ ଦାସବର୍ମା ଙ୍କ ନେତୃତ୍ୱରେ ବ୍ରହ୍ମଗିରି ଫିଲ୍ମହଲ ଛକ ଠାରୁ ଏକ କ୍ଯାଣ୍ଡେଲ ଶୋଭାଯାତ୍ରା ବାହାରି ବ୍ରହ୍ମଗିରି ବଜାର ପରିକ୍ରମା କରି ଅଲାରନାଥ ଙ୍କ ମନ୍ଦିର ପାଖରେ ପହଞ୍ଚି ଥିଲା । ଏବଂ ଅଲାରନାଥ ମନ୍ଦିର ସମୁଖରେ ୧୦୮ ଦୀପ ପ୍ରଜ୍ଵଳନ କରାଯାଇଥିଲା । ଏଥି ସହ ଓଡିଶାର ଜଣେ ପର୍ଯଟକଙ୍କ ସମେତ ୨୬ରୁ ଉର୍ଦ୍ଧ ମୃତ ବ୍ଯକ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଛି । ସ୍ଥାନୀୟ ଜନସାଧାରଣ ପକ୍ଷରୁ ଆକ୍ରମଣକାରୀ ଆତଙ୍କବାଦୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଭ୍ରମଣାର୍ଥେ ଯାଇଥିବା ନିରୀହ ପର୍ଯଟକଙ୍କ ପ୍ରତି ବର୍ବରୋଚିତ ଆକ୍ରମଣ କଦାପି ଗ୍ରହଣୀୟ ନୁହେଁ ବୋଲି ମତ ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଧର ସ୍ଵାଇଁ,, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, , ଭଗବାନ ନାୟକ, ରଘୁନାଥ ଜେନା, ମହିଳା ନେତ୍ରୀ ମାନସୀ ହରିଚନ୍ଦନ, ସସ୍ମିତା ସାହୁ, ସକୁନ୍ତଳା ମିଶ୍ର, କୃଷ୍ଣଚନ୍ଦ୍ର ରାୟ, ଯୁବ ନେତା ବିଜୟ କୁମାର ଦଳେଇ, ନରସିଂହ ପତି, ବୃନ୍ଦାବନ ପ୍ରଧାନ, ଯୁଧିଷ୍ଠିର ନାୟକ,ଅମୂଲ୍ୟ କୁମାର ଜେନା, ନିରଞ୍ଜନ ସେଠୀ, ଗୋଲାପ ସ୍ଵାଇଁ, ସର୍ବେଶ୍ଵର ଜେନା , ଯୁବ ଛାତ୍ର ପ୍ରତିନିଧି ଓ ପ୍ରମୁଖ ମହିଳା ନେତୃମଣ୍ଡଳୀ ଏବଂ ସାଧାରଣ ଲୋକ ଉପସ୍ଥିତ ଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026