Home ଓଡ଼ିଶା ସନାତନ ଧର୍ମର ସୁରକ୍ଷା ପାଇଁ ପ୍ରତ୍ୟେକ ସାଧୁ ସନ୍ଥ ଯତ୍ନବାନ ହେବା ଉଚିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ସନାତନ ଧର୍ମର ସୁରକ୍ଷା ପାଇଁ ପ୍ରତ୍ୟେକ ସାଧୁ ସନ୍ଥ ଯତ୍ନବାନ ହେବା ଉଚିତ ନଚେତ ବର୍ତ୍ତମାନ ଯେଉଁ ଭଳି ଭାବରେ ସନାତନୀ ହିନ୍ଦୁ ମାନଙ୍କୁ ଗୋଟି ଗୋଟି ଚି଼ହ୍ନଟ କରି ଗୁଳି କରି ହତ୍ୟା କରାଯାଉଛି ତାର ପ୍ରତିବାଦରେ ସ୍ୱର ଉଠାଇ ସନାତନ ଧର୍ମର ପ୍ରତିଟି ଉକ୍ତିକୁ ପୁର ପଲ୍ଲୀରେ ପ୍ରଚାର ପ୍ରସାର କରିବା ସହିତ ଶାସ୍ତ୍ର ଆଉ ଶସ୍ତ୍ର ର ଶିକ୍ଷା ଦେବା ଉଚିତ ବୋଲି ବିରିଡି ବ୍ଲକ ହାଜିପୁର ସ୍ଥିତ ଧ୍ୟାନକୁଦ ମଠରେ ଶ୍ରୀ ରାଧା କୃଷ୍ଣ ଙ୍କ ନୂତନ ବିଗ୍ରହ, ମନ୍ଦିର ପ୍ରତିଷ୍ଠା ଓ ସାଧୁ ସନ୍ଥ ସମ୍ମିଳନୀ ରେ ଗୁରୁବାର ଜଗତ୍ଗୁରୁ ରମାନଂଦାଚାର୍ଯ୍ୟ ଡ଼ଃ ସ୍ୱାମୀ ଅରୂପାନନ୍ଦଜି ମହାରାଜ ମତ ପ୍ରକାଶ କରିଛନ୍ତି l ଶ୍ରୀ ରାଧା କୃଷ୍ଣ ମନ୍ଦିର ପରିଚାଳନା କମିଟି ହାଜିପୁର ଆନୁକୂଲ୍ୟରେ ଅନୁଷ୍ଠିତ ସାଧୁ ସନ୍ଥ ସମିଳନୀରେ ଧ୍ୟାନକୁଦ ମଠ ଓ ପୀଠର ପିଠାଧୀସ ପ୍ରେମସାଗର ବାବା ଆରକ୍ଷିତଦାସ ମହାରାଜ ଅଧ୍ୟକ୍ଷତା କରିଥିଲେ l ଏଠାରେ ଅନୁଷ୍ଠିତ ତିନି ଦିନ ବ୍ୟାପି ଯଜ୍ଞ ଉଛବ ଓ ସାଧୁ ସନ୍ଥ ସମିଳନୀରେ ଅଭିରାମ ସରସ୍ବତୀ, ଶ୍ରୀ ସନ୍ଥ ମହାରାଜ, ଶ୍ରୀମଦ ବାଇଆ ବାବା, ମହନ୍ତ ନିମା ନନ୍ଦ ଦାସ, ମହନ୍ତ ତ୍ରିଲୋଚନ ଦାସ ମହାରାଜ, ପଣ୍ଡିତ ମାତୃ ପ୍ରଦାଦ ମିଶ୍ର, ନେମାଳର ସଚ୍ଚିଦାନନ୍ଦ ଦାସ, ତାରକ ପ୍ରଶନ ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଦାସ ମହାରାଜ, ଆଦିତ୍ୟ ଦାସ ବ୍ରହ୍ମଚାରି, ଶ୍ରୀମଦ ଅଖା ବାବା, ବୈକୁଣ୍ଠ ବାବା, ସ୍ୱାମୀ ବିନୟା ନନ୍ଦ ପୁରୀ, ଆଦି ଗାଲେଖ ଦାସ, ବାବା ନାରାୟଣ ଦାସ, କାହ୍ନl ବାବା, ତାପସ ଦାସ ମହାରାଜ ଅଶ୍ୱିନୀ ଗିରି ମହାରାଜ, ହରିବୋଲ ବାବା ପ୍ରମୁଖ ସତା ଧିକ ସାଧୁ ସନ୍ଥ ଯୋଗ ଦେଇଥିଲେ l ଏହି ଉପଲକ୍ଷେ ବୁଧବାର ଯଜ୍ଞ ର ଅଙ୍କୁରା ରୋପଣ, ଦେବତା ଗର୍ଭା ଧାନ, ଜଳ ଯାତ୍ରା, ଅଧିବାସ ଗୁରୁବାର ସୂର୍ଯ୍ୟ ପୂଜା, ମଣ୍ଡପ ପୂଜା ଅଗ୍ନି ସ୍ଥାପନା, ଦେବତା ଶୟନ, ନୃସିଂହ ମନ୍ତ୍ର ଆହୁତି, ସାଧୁ ସନ୍ଥ ସମିଳନୀ, ଶୁକ୍ରବାର ସୂର୍ଯ୍ୟା ର୍ଘ ଦେବତା ଓ ମନ୍ଦିର ନ୍ୟାସ, ଦେବତା ସିଂହାସନ ବିଜେ, ଓ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026