Home ଓଡ଼ିଶା ଗୋଳନ୍ଥରା ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ପାର୍ ହେଉଥିବା ବେଳେ ଟ୍ରକ୍ ମାଡ଼ି ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ଅଧିକାରୀଙ୍କ ମୃତ୍ୟୁ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠ ଆଲୁରିନଗର ସ୍ଥିତ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ଆଡ଼ମିଶନ ବିଭାଗର ବରିଷ୍ଠ ପରିଚାଳକ ଏସ. ଫାଲଗୁନା ରାଓ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ହୋଇଯାଇଛି l ଘଟଣାରୁ ପ୍ରକାଶ ଯେ ଏକ ମିଟିଂ ରେ ଯୋଗ ଦେବାକୁ ପାରଳାଖେମୁଣ୍ଡି ରୁ ଫାଲଗୁନା କାରରେ ଭୁବନେଶ୍ବର ଯାଉଥିଲେ ସକାଳ ପ୍ରାୟ ୭ଟା ବେଳେ ଗୋଳନ୍ଥରା ଥାନା ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟରେ ଗାଡିରୁ ଓହ୍ଲାଇ ଡ୍ରାଇଭର କୁ ପେଟ୍ରୋଲ ପକାଇ ବାକୁ କହିଥିଲେ l ସେ ଗାଡିରୁ ଓହ୍ଲାଇ ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରକ ଧକ୍କା ରେ ଗୁରୁତର ଆହତ ହୋଇ ତଳେ ପଡ଼ିଥିଲେ ତାଙ୍କୁ ସେଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ ଡାକ୍ତରଖାନା ରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ତାଙ୍କ ଭାଇ ଏସ୍.ଲିଙ୍ଗରାଜ ଗଣ ସୂଚନା ଦେଇଛନ୍ତି l ତାଙ୍କର ମୃତ୍ୟୁ ଖବର ଜଣା ପଡ଼ିବା ପରେ ଏ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ତାଙ୍କ ବିୟୋଗରେ ସେଞ୍ଚୂରିଆନ ବିଶ୍ଵବିଦ୍ୟାଳୟ ର ସଭାପତି ଡ. ମୁକ୍ତିକାନ୍ତ ମିଶ୍ର, ଉପ-ସଭାପତି ପ୍ରଫେସର ଡି.ଏନ.ରାଓ, କୁଳପତି ସୁପ୍ରିୟା ପଟ୍ଟନାୟକ, ରେଜିଷ୍ଟ୍ରାର ଡ. ଅନିତା ପାତ୍ର, ଅନ୍ୟାନ୍ୟ କର୍ମଚାରୀ , ଅଧ୍ୟାପକ, ଅଧ୍ୟାପିକା, ଆଇନଜୀବୀ ଅରୁଣ ପରିଡ଼ା,ପୁର୍ବତନ କର୍ମଚାରୀ ରାମ ପ୍ରସାଦ ଦାସ, କୃଷ୍ଣ ମିଶ୍ର, ରବି ପାତ୍ର, ଗଜପତି ଜିଲ୍ଲା ସାମ୍ବାଦିକ ସଂଘର (ଏସ ୟୁ ଜେ) ସଭାପତି ଗରୁଡ ଧ୍ଵଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରାସାଦ ପଣ୍ଡା ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମି ରଞ୍ଜନ ମିଶ୍ର ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି l Categories: ଓଡ଼ିଶା, ଗଜପତି, ହୋମ୍ Related Content ଆଦର୍ଶ ବିଦ୍ୟାଳୟର ସ୍ପାର୍କ-୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 1, 2026 ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର : ଶ୍ରଦ୍ଧାଳୁ ଆନନ୍ଦିତ by Proprietor Abhimanyu Maharana October 1, 2026 ଦୁର୍ଗାପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି by Proprietor Abhimanyu Maharana October 1, 2026 ଓଡ଼ିଶା ବନ୍ଦ ଡାକରା ବାଲିଗୁଡ଼ାରେ ବିଫଳ by Proprietor Abhimanyu Maharana October 1, 2026 ଛେଳି ପଲ ସହ ଗାଁକୁ ଚାଲିଆସିଲା ହରିଣ ଛୁଆ by Proprietor Abhimanyu Maharana October 1, 2026 କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 1, 2026