ପହେଲଗାମ୍ ଆତଙ୍କବାଦୀଙ୍କ ହାମଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ

କଟକ  (ଓଡ଼ିଶା ତାଜା ନ୍ୟୁଜ୍) :- ସର୍ବଧର୍ମ ସମନ୍ୱୟର ରାଷ୍ଟ୍ର ଆମ ଭାରତବର୍ଷରେ ଏକ ଅଭାବନୀୟ ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ଭାରତର ପହେଲଗାମ୍ ରେ ନିଷ୍ଠୁର ଆତଙ୍କବାଦୀଙ୍କ ଆକ୍ରମଣରେ ୨୮ ଜଣ ନିରୀହ ପର୍ଯ୍ୟଟକ ମୃତ୍ୟୁବରଣ କରିଛନ୍ତି। ଯାହାକି ପ୍ରତ୍ୟେକ ଭାରତୀୟଙ୍କ ମନରେ ଏକ ବିରୋଧର ସ୍ବର ଉଠିଛି। ଏହି ମୃତକଙ୍କ ମଧ୍ୟରେ ଆମ ଓଡ଼ିଶାର ବାଲେଶ୍ଵର ଜିଲାର ଶ୍ରୀ ପ୍ରଶାନ୍ତ ଶତପଥୀ ମୃତ୍ୟୁବରଣ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ର ପ୍ରତ୍ୟେକ କୋଣ ଅନୁକୋଣରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଦୀପଦାନ, ମହମବତୀ ଶୋଭାଯାତ୍ରା କରାଯାଉଥିବା ବେଳେ ଆଜି କଟକର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଓଡ଼ିଶା ଉତ୍କଳ ବାହିନୀ ପକ୍ଷରୁ ଏକ କ୍ଯାଣ୍ଡେଲ୍ ଶୋଭାଯାତ୍ରା ଆବାହକ ଶ୍ରୀ ପୂଣ୍ୟଶ୍ଲୋକ ମହାନ୍ତିଙ୍କ ନେତୃତ୍ବରେ କଟକର ତହସିଲ ପକ୍ଷରୁ ବାହାରି କଟକର

ଚାନ୍ଦିନୀଚୌକ ସ୍ଥିତ ପ୍ରଭୁ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚି ମୃତକଙ୍କ ଆତ୍ମାର ସଦଗତି କାମନାର୍ଥେ ଦୀପଦାନ କରିବା ସହ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଏହି ମହାନ୍ କାର୍ଯ୍ୟକ୍ରମରେ ବାହିନୀର ସଦସ୍ୟ ପୂର୍ବତନ କର୍ପୋରେଟର ଶ୍ରୀ ବିଜୟ କୁମାର ଦଳେଇ, ଶ୍ରୀ ନିରଞ୍ଜନ ବେହେରା, ଶ୍ରୀ ଦେବାଶିଷ ଦାସ, ଶ୍ରୀ ଦିଲ୍ଲୀପ ଦଳେଇ, ଶ୍ରୀ ରାଜେଶ ସିଂ, ଶ୍ରୀ ଲୋକନାଥ ଦାସ, ଶ୍ରୀ ମହେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ସହ ବହୁ ସଦସ୍ୟ ଯୋଗ ଦେଇଥୂଲେ।

Exit mobile version