ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ ଠାରେ ନୟାଗଡ଼ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର “ନିଷ୍ଠା – ସମତା ଓ ଅନ୍ତର୍ନିବେଶୀ ଶିକ୍ଷା” ‘ଅନୁଷ୍ଠିତ ହୋଇଯାଇଛି । ପାଞ୍ଚ ଦିନ ଧରି ଚାଲୁଥିବା ଏହି ପ୍ରଶିକ୍ଷଣ ଶିବିର ରେ ବିଭିନ୍ନ ବିଦ୍ୟାଳୟରୁ ୬୧ ଜଣ ଶିକ୍ଷକ-ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ । ନୟାଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠୀ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଧନେଶ୍ୱର ସେଠୀଙ୍କ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଳ ପ୍ରଶିକ୍ଷକ ଭାବେ ପ୍ରଣତୀ ମହାପାତ୍ର,ପବିତ୍ର ସ୍ୱାଇଁ, ବୀରେନ୍ଦ୍ର କୁମାର ସ୍ବାଇଁ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ,

