ଖୋର୍ଦ୍ଧାରୋଡ ରେଳ ସୁରକ୍ଷା ବଳଙ୍କ ଦ୍ୱାରା ରେଳ ଷ୍ଟେସନ ଗୁଡ଼ିକରେ ଫ୍ଲାଗ ମାର୍ଚ୍ଚ

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ରୋଡ ରେଳ ସୁରକ୍ଷା ବଳଙ୍କ ଦ୍ୱାରା ରେଳ ଷ୍ଟେସନ ଗୁଡ଼ିକରେ ଫ୍ଲାଗ ମାର୍ଚ୍ଚ । ଖୋର୍ଦ୍ଧାରୋଡ୍ ଡିଭିଜନର ରେଳ ସୁରକ୍ଷା ବାହିନୀ ଦ୍ୱାରା ମଣ୍ଡଳର ବିଭିନ୍ନ ଷ୍ଟେସନ ଗୁଡ଼ିକରେ ପତାକା ମାର୍ଚ୍ଚ କରଯାଇଛି । ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଏବଂ ଯେକୌଣସି ପ୍ରକାରର ଅପ୍ରୀତିକର ଘଟଣା ପାଇଁ ସେମାନଙ୍କୁ ସତର୍କ ଏବଂ ସଜାଗ ରଖିବା ଏହାର ଲକ୍ଷ୍ୟ ।

ଖୋର୍ଦ୍ଧାରୋଡ୍ ଡିଭିଜନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଯଥା ଭୁବନେଶ୍ୱର,ପୁରୀ, ଖୋର୍ଦ୍ଧାରୋଡ୍, କଟକ,ଭଦ୍ରକ, ଯାଜପୁର କେଉଁଝର ରୋଡ୍ ଇତ୍ୟାଦି ଷ୍ଟେସନ୍ ରେ,ସମ୍ପୃକ୍ତ ଆରପିଏଫ୍ ଅଧିକାରୀ, ନିରୀକ୍ଷକ ଏବଂ କର୍ମଚାରୀ ମାନଙ୍କ ଦ୍ୱାରା ପତାକା ମାର୍ଚ୍ଚ କରାଯାଇଛି ।

ଏହି ଫ୍ଲାଗ୍ ମାର୍ଚ୍ଚ ଷ୍ଟେସନରେ ଯେକୌଣସି ପ୍ରକାରର ଅପ୍ରୀତିକର ଉପାଦାନକୁ ଗିରଫ କରିବାରେ ଏବଂ ଯାତ୍ରୀମାନଙ୍କୁ ନିରାପଦ, ଅସୁବିଧାମୁକ୍ତ ଯାତ୍ରା ପ୍ରଦାନ କରିବାରେ ରେଳ ସୁରକ୍ଷା ବଳଙ୍କ ସଜାଗ ରହିବାର ଅଭିବ୍ୟକ୍ତିକୁ ସୂଚିତ କରିଥାଏ ।

Exit mobile version