Home ଓଡ଼ିଶା ପରିବା ବୋଝେଇ ସ୍କୁଟି କୁ ପଛପଟୁ ପିଟିଲା ଦୃତଗାମୀ କାର୍। ଚାଷୀ ଗୁରୁତର : ଟାଙ୍ଗୀ ରୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଚାନ୍ଦପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ନର ମାନବୀ ଗ୍ରାମର ଯୁବ ଚାଷୀ ବିଶ୍ୱନାଥ ଜେନା ୪୨ ବର୍ଷ ଜୟ ମଙ୍ଗଳ ପୁର ଗ୍ରାମରୁ ସ୍କୁଟିରେ ପରିବା ଧରି ଆସୁଥିଲେ ଚାନ୍ଦପୁର ହାଟ କୁ ପରିବା ବିକ୍ରି କରିବା ପାଇଁ ପରିବା ବିକ୍ରି ହୋଇଥିଲେ ହୋଇଥାନ୍ତା ପରିବାର ପ୍ରତି ପୋଷଣ ହେଲେ ବାଟରେ ୧୬ ନମ୍ବର ଜାତୀୟ ରାଜପଥ ର ଚଣ୍ଡେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ପରିବା ବୋଝେଇ ସ୍କୁଟିକୁ ପିଟିଲା ଦ୍ରୁତ ଗାମୀ କାର ।ସ୍କୁଟି କୁ ପଛ ପଟୁ କାର ପିଟିବାରୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ସ୍କୁଟି କୁ ଘୋଷାରି ନେଇଥୁଲା । ଚାଷୀଙ୍କର ସ୍କୁଟି ସମ୍ପୂର୍ଣ ଭାଙ୍ଗି ରୁଜି ଚୂରମାର ହୋଇ ଯାଇଥିବା ବେଳେ ପରିବା ପତ୍ର ସମ୍ପୂର୍ଣ ନଷ୍ଟ ଭଷ୍ଟ ହୋଇ ଯାଇଅଛି.. ଏପଟେ ଚାଷୀ ଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପ୍ରବଳ ରକ୍ତ ସ୍ରାବ ହୋଇଅଛି । ସ୍ଥାନୀୟ ଲକେ ଚାଷୀଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଯୁବ ଚାଷୀଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଅଛି । ସ୍ଥାନୀୟ ଲୋକେ କ୍ଷତି ପୁରଣ ଦାବି କରି କାର କୁ ଅଟକାଇ ପୋଲିସ କୁ ହସ୍ତାନ୍ତର କରିଛନ୍ତି l ପୋଲିସ କାର ସହ ଚାଳକ କୁ ଅଟକ ରଖି ତଦନ୍ତ କରୁଛି l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ by Proprietor Abhimanyu Maharana October 10, 2026 ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana October 10, 2026 କୁଇବାହାଲ ରେ ନୁଆଁଖାଇ ଭେଟ by Proprietor Abhimanyu Maharana October 10, 2026 ଆସୋଚାମର ଓ-ଲିଡ୍ସ ୨୦୨୬ ଅବସରରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ by Proprietor Abhimanyu Maharana October 10, 2026 ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration by Proprietor Abhimanyu Maharana October 10, 2026 ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026