ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ ସହ ଦୋକାନ ମାଲିକଙ୍କୁ ହାଣିଲେ  ଦୁର୍ବୁର୍ତ୍ତ 

ଟାଙ୍ଗୀ  (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ବସଷ୍ଟାଣ୍ଡ ରେ ଥିବା ଏକ ଗ୍ରୋସରୀ ଦୋକାନ ଉପରକୁ ବୋମାମାଡ  ସହ ଗ୍ରୋସରୀ ଦୋକାନ ମାଲିକଙ୍କୁ ଙ୍କୁ ହାଣିଲେ ଦୁର୍ବୁର୍ତ୍ତ। ବିଶେଷ ସୂଚନା ମୁତାବକ – ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ବସଷ୍ଟାଣ୍ଡ ରେ ଥିବା ଏକ ଗ୍ରୋସରୀ ଦୋକାନ ଉପରକୁ ହେଲା  ବୋମାମାଡ। ତା ସହିତ  ବୋମାମାଦ ସହ ଗ୍ରୋସରୀ ଦୋକାନ ମାଲିକଙ୍କୁ ଙ୍କୁ ହାଣିଲେ ଦୁର୍ବୁର୍ତ୍ତ ।ଫଳରେ ଗ୍ରୋସରୀ ଦୋକାନ ମାଲିକ ଗୁରୁତର।ଗୁରୁତର ଦୋକାନ ମାଲିକଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଅଛି।ପରେ ଅଧିକ ଚିକିତ୍ସା ପାଇଁ ଦୋକାନ ମାଲିକଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରା ଯାଇଅଛି।

ଦୋକାନ ମାଲିଜଙ୍କ ନାମ ଲକ୍ଷ୍ମୀଧର ବରାଳ  ୬୧ ବର୍ଷ  ଘର କୁହୁଡି ଗ୍ରାମରେ ବୋଲି ଜଣା ପଡିଛି।ଲକ୍ଷ୍ମୀଧର ଙ୍କର କୁହୁଡି ବସଷ୍ଟାଣ୍ଡ ନିକଟରେ ଏକ ଗ୍ରୋସରୀ ଦୋକାନ ରହିଛି। ସେ ଘରେ ଖାଇ ପିଇ ସାରି ପ୍ରତି ରାତି ଭଳି ଗତ କାଲି ରାତିରେ ଦୋକାନରେ ସୋଇଥିଲେ।ଦୋକାନରେ ସୋଇଥିବା ବେଳେ ଟାଙ୍ଗୀ ଥାନା ଦୀକ୍ଷିତ ପଡା ଗ୍ରାମର କେତେକ ଯୁବକ ଦୋକାନ ଉପରକୁ ୩ ରୁ ୪ ଟି ବୋମାମାଦ  କରିଥିଲେ।ଏହି ବୋମାମାଡ଼ରେ ଭୟଭୀତ ହୋଇ ଦୋକାନ ମାଲିକ  ଉଠି ପଡିବାରୁ ଦୁର୍ବୁର୍ତ୍ତ ମାନେ ଧାରୁଆ ଅସ୍ତ୍ରରେ ଲକ୍ଷ୍ମୀଧର ଙ୍କ ମୁଣ୍ଡକୁ ହାଣି ପକାଇଥିଲେ। 

ଫଳରେ ମୁଣ୍ଡରେ ଗଭୀର କ୍ଷତ ହେବା ସହ ପ୍ରବଳ ରକ୍ତଶ୍ରାବ ହୋଇଥିଲା।ତେଣୁ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଏହି ଖବର ପାଇବା ପରେ କୁହୁଡି ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା।କୁହୁଡିର ଶତାଧିକ ଲୋକ  ଘଟଣା ସ୍ଥଳ କୁ ଯାଇ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।ପୋଲିସ ର ବୁଝା ସୁଝା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।ତେବେ କୌଣସି ଅଘଟଣ କୁ ଏଡାଇବା ପାଇଁ ଘଟଣା ସ୍ଥଳରେ ଏବେ ସଶସ୍ତ୍ର ପୋଲିସ ମୁତୟନ ରହିଛନ୍ତି। ଦୋକାନ ବଜାର ବନ୍ଦ ରହିଛି। ଟାଙ୍ଗୀ ପୋଲିସ ଘଟଣା ଉପରେ ନଜର ରଖିଛି ।

Exit mobile version