ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲା ଲେଖକ ସାମୁଖ୍ୟ ଏବଂ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ କବିତା ଦରବାର ଓ କାବ୍ୟୋତ୍ସବ ଗାନ୍ଧୀ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ବୌଦ୍ଧ ଜିଲାରୁ ୮୦ଜଣରୁ ଅଧିକ କବି ସ୍ୱରଚିତ କବିତାପାଠ କରିଥିଲେ । ରାଜ୍ୟର ୩୦ଟି ଜିଲାରୁ ସୁନାମଧନ୍ୟ ୩୦ଜଣ କବି ଓ କବୟତ୍ରୀ ଏହି କବିତା ପାଠୋତ୍ସବରେ ଯୋଗ ଦେଇ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ କୁ ରୁଦ୍ଧିମନ୍ତ କରିବା ପାଇଁ ଏଭଳି ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଆୟୋଜନର ଆବଶ୍ୟକତା ରହିଛି ।

