Home ଓଡ଼ିଶା ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ -୨୦୨୫ ଉପଲକ୍ଷେ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରାମନାଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ -୨୦୨୫ ପାଳନ ଅବସରରେ ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଭାମିନି ଗ୍ରାମ ପଞ୍ଚାୟତ ଅଧିନସ୍ଥ କାରିଣୀ ଗ୍ରାମ ରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ପ୍ରାଣୀ ଚିକିତ୍ସା ଶିବିର ଟି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର ଦେବରାଜ ନାୟକ ଙ୍କ ନିର୍ଦ୍ଦେଶ ଓ ଗୁଣୁପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର ଆଲୋକ କୁମାର ଆଚାର୍ଯ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ସର୍ବମୋଟ ୫୨ ଗୋଟି ପ୍ରାଣୀ ଚିକିତ୍ସା କରାଯାଇଥିଲା । ତନ୍ମଧ୍ୟରୁ ୧୫ ଗୋଟି କୃମି ଜନିତ,୫ ଗୋଟି ଗର୍ଭ ପରୀକ୍ଷା ଜନିତ ଓ ୩୨ ଗୋଟି ସାଧାରଣ ରୋଗ ଜନିତ ଗାଈ ଓ ଗୋରୁ ମାନଙ୍କର ଚିକିତ୍ସା କରାଯାଇଥିଲା । ଏହି ଶିବିରରେ ରାମନଗୁଡ଼ା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ର ଅଧିକାରୀ ଡ଼ାକ୍ତର କୃଷ୍ଣାନନ୍ଦ ବେହେରା ଓ ରାମନାଗୁଡ଼ା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ର ଅଧିକାରୀ ଡ଼ାକ୍ତର ପାର୍ଥସାରଥୀ ସ୍ବାଇଁ ଯୋଗଦାନ କରି ପ୍ରାଣୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଉପଯୁକ୍ତ ଔଷଧ ମାନ ମାଗଣାରେ ଲୋକମାନଙ୍କୁ ବିତରଣ କରିଥିଲେ । ଏଥିରେ ସ୍ଥାନୀୟ ପ୍ରାଣୀ ଧନ ନୀରିକ୍ଷକ ଶ୍ରୀଯୁକ୍ତ କରୁଣାକର ଶବର ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତ ଚାଷୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026