ପୌର ପ୍ରଶାସନ ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ ପୌରାଂଚଳକୁ ସବୁଜ, ସୁନ୍ଦର ଓ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଆହ୍ୱାନ ଦେଲେ ପି.ଡ଼ି

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ସୋମବାର) ହିଞ୍ଜିଳିକାଟୁ : ସୋମବାର ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ପୌର କାର୍ଯ୍ୟାଳୟ ପରିସରରେ ନିଖିଳ ଉତ୍କଳ ସ୍ୱାୟତ ଶାସନ ଦିବସ ପାଳିତ ନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ପୌର ନିର୍ବାହୀ ଅଧିକାରୀ ଜଗଦିଶ ଷଡ଼ଙ୍ଗୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ୁଡ଼ା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ ଯୋଗଦେଇ ଜାତୀୟ ପତକା ଉତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର ଉପସ୍ଥିତ ଥିଲେ । ହିଞ୍ଜିଳିକାଟୁ ପୌରାଂଚଳକୁ ସବୁଜ, ସୁନ୍ଦର ଓ ପ୍ଲାଷ୍ଟିକ ମୁକ୍ତ କରିବା ସହ ରାଜ୍ୟର ୧ନଂ ସହର ଭାବେ ଗଢି ତୋଳିବା ପାଇଁ ସହରବାସୀଙ୍କୁ ମୁଖ୍ୟ ଅତିଥି ମଣ୍ଡଳ ଆହ୍ୱାନ ଜଣାଇଥିଲେ । ପୌରାଂଚଳକୁ ଏକ ସବୁଜ ପରିବେଶ ତଥା ସୌନ୍ଦର୍ଯ୍ୟକରଣ ସକାଶେ ଅତିଥି ବୃନ୍ଦ ଚାରା ରୋପଣ କରିଥିଲେ ।

ପୌର କାର୍ଯ୍ୟାଳୟରେ ନିୟୋଜିତ ସଫେଇ କର୍ମଚାରୀ ମାନେ ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ପୌରାଂଚଳକୁ ସ୍ୱଚ୍ଛ ରଖିବା ସକାଶେ ଉଦ୍ୟମ ଜାରି ରଖିଥିବାରୁ ପ୍ରଶଂସା କରିବା ସହ ସେମାନଙ୍କୁ ପୋଷାକ ପ୍ରଦାନ କରାଯାଇଥିଲା । ପରେ ପୌରାଂଚଳ ପରିସରରେ ନିର୍ମାଣଧିନ ୩ ମୁତ୍ରାଶ୍ରୟ ଓ ଏକ ଶୁଦ୍ଧ ପାନୀୟ ଜଳ ପକଳ୍ପ କାର୍ଯ୍ୟର ତଦାରଖ କରିଥିଲେ । ପରବର୍ତି ସମୟରେ ପୌର ପରିଷଦର ମୁଖ୍ୟ ରାଜସ୍ୱ ଅସୁଲକାରୀ କୌଳାଶ ସାବତଙ୍କୁ ବିଦାୟ କାଳିନ ସ୍ୱମର୍ଦ୍ଧନା ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ବିବେକାନନ୍ଦ ମହାପାତ୍ର, ଅରୁଣ କୁମାର ପାଢି, ଅଶ୍ୱିନି କୁମାର ନାୟକ, ଲାଲା ମୋହନ ସେଠି, ମେହାନ ଆଚାରୀ, ଇ.କିଶାନ କୁମାର ପାତ୍ରଙ୍କ ସମେତ ପୌର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଧ ଉପସ୍ଥିତ ଥିଲେ । ( ରିପୋର୍ଟ – ଶେଷଦେବ ସାହୁ )

Exit mobile version