ପୁରୀରେ ବଜାଜ୍ ଚେତକ୍ ଶୋରୁମ ଖୋଲିଲା ଓ ବିକ୍ରି ଆରମ୍ଭ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ନବକଳେବର ରୋଡରେ ଏନ.ଏସ.ବି ଅଟୋମେଟିଭ ପ୍ରାଇଭେଟ ଲିମିଟେଡ ପକ୍ଷରୁ ନୂଆ ବାଜାଜ୍ ଇଲେକ୍ଟ୍ରିକ ସ୍କୁଟର ଚେତେକ ଶୋରୁମ ଉଦଘାଟିତ ହୋଇଯାଇଛି । ଏହି କମ୍ପାନୀର ଦକ୍ଷତା ଓ ଗୁଣବତ୍ତାର ନାମ ଆଗରୁ ରହିଛି । ପୂର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାଶ ଏହାକୁ ଆନୁଷ୍ଠାନିକ ଭାବେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ମନସୁର ବକ୍ସ କହିଲେ ଏହି ଗାଡି ୪ ଘଣ୍ଟା ଚାର୍ଜ କଲେ ୧୫୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ।ନିର୍ଦ୍ଦେଶିକା ସାଇରା ବାନୁ ଓ ଏରିଆ ସେଲ୍ସ ମ୍ୟାନେଜର ପ୍ରୀତିଶ ନାୟକ ଏହି ସ୍କୁଟର ପୁରୀ ସହର ଓ ଗ୍ରାମାଞ୍ଚଳ ରାସ୍ତାରେ ଠିକ ଭାବେ ଚାଲିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଶୋରୁମ ଖୋଲିବା ଫଳରେ ପୁରୀର ଯୁବ ଗୋଷ୍ଠୀମାନେ ଉତ୍ସାହିତ ହୋଇଛନ୍ତି । ଆଧୁନିକ ଜ୍ଞାନକୌଶଳ ବ୍ୟବହାର ହୋଇ ଗ୍ରାହକଙ୍କ ବିଶ୍ବସନୀୟତା ଆଣିପାରିବ । ସମ୍ପର୍ଣ୍ଣ ମେଟାଲ ବଡି ହୋଇଥିବାରୁ ଏହା ରିପାରିଙ୍ଗ ହୋଇପାରିବ । ବିଶେଷକରି ମହିଳା ଓ ଯୁବତୀ ମାନଙ୍କ ପସନ୍ଦ ହେବ ବୋଲି ଏମଡି କହିଛନ୍ତି ।

ଡିସ୍ ବ୍ରେକ ଯୋଗୁ ଏହା ଯାଉଥିବା ସମୟରେ ସଙ୍ଗେ ସଙ୍ଗେ ଅଟକି ଯିବ । ଟଚ ସ୍କ୍ରିନରେ ହାତ ମାରିଲେ ଏହା ଆକ୍ଟିଭ ହେବା ସହ ଷ୍ଟାର୍ଟ ଏବଂ ବନ୍ଦ ହେବ । ଏହାର ଡିଜାଇନ, ସିଟ୍ କଭର, ହେଡଲାଇଟ, ଇଣ୍ଡିକେଟର ଅଧିକ ଆକର୍ଷଣୀୟ ହୋଇଥିବାରୁ ଏହା ଯୁବ ଗୋଷ୍ଠୀଙ୍କ ମନଆନନ୍ଦ କରିପାରିଛି । ଗ୍ରାହକ ମାନେ ସିଧାସଳଖ ଟଙ୍କା ଦେଇ କିଣିପାରିବେ ଏବଂ ଡାଉନ ପେମେଣ୍ଟ ଦେଇ କିଣି ପାରିବେ ।ଏ ସଂପର୍କରେ ନୂଆ ଗାଡି କିଣିଥିବା ଯୁବ ଗ୍ରାହକ ସୁଶାନ୍ତ କୁମାର ସାହୁ କୁହନ୍ତି ମୁ ୪ ଘଣ୍ଟା ଚାର୍ଜ କରି ୧୫୩ କିଲୋମିଟର ପର୍ଯ୍ୟନ୍ତ ଚଳାଇଛି । ଏହାର ସକପଚର ଓ କମ୍ବି ବ୍ରେକ ଆରାମ ଦାୟକ ହୋଇଛି । ପୁରୀରୁ କୋଣାର୍କ ଯିବା ସମୟରେ ଅତି ଆରାମଦାୟକ ଭାବେ ପହଞ୍ଚିଥିଲି । ଗତକାଲି ଠାରୁ ନୂଆ ଚେତକ୍ ବିକ୍ରି ବୃଦ୍ଧି ପାଇଛି ।

Exit mobile version