ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀନଗରର ପହଲଗାମରେ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିବା ଓ ଏଥିରେ ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିବା ସହ ଏକାଧିକ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଏହି ପ୍ରରିପ୍ରେକ୍ଷୀରେ ଦେଶରେ ଚାରିଆଡ଼େ ଶୋକର ଛାୟା ଦେଖିବାକୁ ମିଳିଥିବା ବେଳେ ଏହାର ପ୍ରଭାବ ଦାରିଙ୍ଗବାଡ଼ିରେ ମଧ୍ୟ ଦେଖିବାକୁ ମିଳିଛି । ଶିକ୍ଷକ ସଂଘ ପକ୍ଷରୁ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଶାନ୍ତି ଓ ସଦ୍ଭାବନା ଓ ମୃତକଙ୍କ ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।
