Home ଓଡ଼ିଶା ବାଲିଗୁଡାରେ ଜାତୀୟ ପାଞ୍ଚୟତରାଜ ଦିବସ ଫିକା ପଡିଲା ଯୋଗ ଦେଲେନି ଲୋକ ପ୍ରତିନିଧି – ଖାଲି ପଡିଲା ଚେୟାର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟରେ ସରକାର ବଦଳିବା ପରେ ଜାତୀୟ ପଞ୍ଚାୟତ ରାଜ ଦିବସ କୁ ରାଜ୍ୟ ସ୍ତରରେ ୩୧୪ ବ୍ଲକ ଓ ବିଭିନ୍ନ ପଞ୍ଚାଯତ ସ୍ତରରେ ଏହାକୁ ପାଳନ ଧୁମ ଧାମରେ କରାଯାଇ ଥିଲା। କିନ୍ତୁ କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ପକ୍ଷରୁ ସ୍ଥାନୀୟ ଟାଉନ ହଲରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ବିଡ଼ିଓ ଅକ୍ଷୟ ମଲ୍ଲିକ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ସିଡିପିଓ କ୍ରିଷ୍ଣା ପଣ୍ଡା, ଏବିଡ଼ିଓ ପ୍ରଦୀପ ବାଗ, ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଏନଏସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବିଜେପି ନଗର ସଭାପତି ମନୋଜ ରଥ, ବିଜେପି ନାରୀ ନେତ୍ରୀ କଳ୍ପନା କହଁର ପ୍ରମୁଖ ଯୋଗ ଦେଇଥିବା ବେଳେ ପଞ୍ଚାୟତ ସମିତ ର ଅଧକ୍ଷା,ଉପାଧକ୍ଷା,ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା କି କୌଣସି ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ ନା କୌଣସି ଲୋକ ପ୍ରତିନିଧି ଙ୍କ ଉପସ୍ଥିତି ଦେଖିବାକୁ ମିଳିନଥିଲା । ସଭାର ମଧ୍ୟ ଭାଗରେ ମିଡ଼ିଆକିଆ ସରପଞ୍ଚ ଅଶୋକ ମଲ୍ଲିକ ଆସି ଥିବା ବେଳେ କୌଣସି ଲୋକ ପ୍ରତିନିଧି ନଥିବା ଓ ପଞ୍ଚାୟତ ସ୍ତରର ଲୋକ ସଭାରେ କମ ଥିବା କୁ ନେଇ ଦୁଃଖ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନ ର ପ୍ରସ୍ତୁତି ଠିକ ନଥିବା କହିଥିଲେ । କେବଳ ସଭାରେ ଅଙ୍ଗନୱାଡ଼ି କର୍ମୀ, ମହିଳା ସ୍ଵଂୟସହାୟକ ଗୃପ, ମିଶନ ଶକ୍ତି ଙ୍କ ସହ ବିଜ୍ଞାପିତ ଅଞ୍ଚଳ ର କିଛି ଲୋକ ରହିଥିବା ଦେଖିବାକୁ ମିଳିଥିଲା । ଜାତୀୟ ପାଞ୍ଚୟତରାଜ ଦିବସ ସଭାସ୍ଥଳରେ ହୋଇଥିବା ଟେଣ୍ଟ ୬୦୦ ଲୋକଙ୍କ ପାଇଁ ଆୟୋଜନ କରାଯାଇଥିବା ବେଳେ ତାହା ମଧ୍ୟରେ ଖରାରେ ବସିବା ମଧ୍ୟ ସମ୍ଭବ ନଥିଲା ଖରାର ପ୍ରକୋପ ରେ କିଛି ଲୋକ ମଧ୍ୟ ସଭାସ୍ଥଳ ଛାଡି ଚାଲି ଯାଇଥିଲେ । ସଭାରେ ଅଳ୍ପ ସଂଖ୍ୟକ ଲୋକ ଉପସ୍ଥିତି କୁ ନେଇ ବିଡିଓ ଅକ୍ଷୟ ମଲ୍ଲିକ ଙ୍କୁ ପଚାରିବାରୁ ସେ କହିଥିଲେ ୬୦୦ ଲୋକଙ୍କ ପାଇଁ ବ୍ୟବସ୍ଥା କରଯାଇଥିଲା, କିନ୍ତୁ ଅଧିକାଂଶ ଚେୟାର ଖାଲି ପଡିବାକୁ ନେଇ ବିଡିଓ କିଛି କହିପାରିନଥିଲେ । ପୁରୀଠାରୁ ସିଧା ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟ ସରକାରଙ୍କ ୫ଟି ବିଭାଗର୬ ଟି ପ୍ରସ୍ତାବକୁ ଘୋଷଣା କରିଥିବା ବିଷୟ ଏଠାରେ ସାଂସଦ ପ୍ରତିନିଧି ପ୍ରକାଶ କରିଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026