ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ତ୍ୟାଗ, ସେବା ଓ ପରୋପକାର ଦିବ୍ୟ ଗୁଣ। ଏହା ଅର୍ଥ ଦ୍ଵାରା ନୁହେଁ ନିଜ ଅକ୍ଲାନ୍ତ ପ୍ରଚେଷ୍ଟା ଓ ନିସ୍ବାର୍ଥପର ପ୍ରତିବଦ୍ଧତା ଦ୍ଵାରା ହାସଲ କରାଯାଇପାରେ ବୋଲି ପ୍ରମାଣ କରିଛନ୍ତି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ରାଜ କିଶୋର ଜେନା।ଆଜି ପୂର୍ବାହ୍ନ ରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମିଳନୀ ଗୃହରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜୟନ୍ତୀ ପାଳିତ ହୋଇଥିଲା ।