Home ଓଡ଼ିଶା ରାଜ୍ୟ ସ୍ତରୀୟ ପଂଚାୟଟତିରାଜ ଦିବସ ମହା ସମାରୋହ ଆମ ସରକାର କଥା ଦେଇ କଥା ରଖିଛି, ସବୁ ବ୍ଲକ ରେ ନିର୍ମାଣ ହେବ ଷ୍ଟାଡିୟମ – ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ତାଳବଣିଆ ପଡିଆ ଠାରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି l ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସାରା ଭାରତରେ ଏହି ପଞ୍ଚାୟତିରାଜ ଦିବସ ପାଳିତ ହେଉଥିବାବେଳେ ଓଡିଶା ରେ ଏହା ପୁରୀଠାରେ ମହା ସମାରୋହ ରେ ପାଳିତ ହେଉଛି l ସାରା ଓଡିଶାରୁ କୋଡିଏ ହଜାର ରୁ ଉର୍ଦ୍ଧ ଜନତା ଯୋଗ ଦେଇଥିଲେ l ପ୍ରାରମ୍ଭ ରୁ ଓଡିଶା ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଇରା ମହାନ୍ତି ଙ୍କ କଣ୍ଠରୁ ଝରିଥିଲା ଜଗା ତୁ ଥିଲେ ମୋର ଡର କାହାକୁ , ଏହି ଗୀତ ସେଠାରେ ବେଶ ଆଦୃତ ହୋଇଥିଲା l ଭାରତମାତା କି ଜୟ ଓ ଜୟ ଶ୍ରୀରାମ ଓ ହୁଳହଳି ଧ୍ୱନି ରେ ମଞ୍ଚ କମ୍ପିଥିଲା l ଉପସ୍ଥାପିକା ମୁନ ମୁନ ସିଂ ଲଳିତ୍ୟ କଣ୍ଠ ରେ ଉପସ୍ଥାପନ କରିଥିଲେ l ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଆରମ୍ଭ ହୋଇଥିଲା l ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ କହିଲେ ଗଣତନ୍ତ୍ର ସୁଦୃଢ ପାଇଁ ଗ୍ରାମସଭା, ପଲ୍ଲିସଭା ର ଆବଶ୍ୟକତା ରହିଛି l ଏ ଦେଶ ଏ ମାଟି ହାରିବା ଶିଖିନି, କାଶ୍ମୀର ର ପହଲାମା ର ଜବାବ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଖୁବ ଶୀଘ୍ର ଜବାବ ଦେବେ l ଗ୍ରାମ ରେ ଭାରତ ର ଆତ୍ମା ରହିଛି, ଗ୍ରାମ ର ବିକାଶ ହେଲେ ଦେଶ ର ବିକାଶ ହେବ l ଓଡିଶା ରେ ୮୩ ପ୍ରତିଶତ ଲୋକ ଗ୍ରାମରେ ରୁହନ୍ତି l ଗାଁ ହସିଲେ ଦେଶ ହସିବ ଏଣୁ ଗାଁ ର ବିକାଶ ପାଇଁ ଆମ ସରକାର ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଛି l ୨୦୩୬ମସିହା ସୁଦ୍ଧା ଓଡିଶା ର ବିକାଶ କୁ ଲକ୍ଷ କରି ଗାଁ ର ବିକାଶ କୁ ତ୍ୱରାନ୍ୱିତ କରାଯିବ l ଗାଁ, ପଞ୍ଚାୟତ, ବ୍ଲକ ଗୁଡିକ ସଶକ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଛି l ଓଡିଶା ରେ ନାରୀଶକ୍ତି ର ଗୁରୁତ୍ୱ ବଳରାମ ଦାଶ ଙ୍କ ଲଷ୍ମୀ ପୁରାଣ ରୁ ଆରମ୍ଭ ହୋଇଛି l ଦୀର୍ଘ ଅଢେଇ ଦଶନ୍ଧି ଧରି ଗ୍ରାମସଭା, ପଲ୍ଲିସଭା ନହୋଇ କାମ ଚାଲିଥିଲା l ସବୁ ଗାଁ କୁ ପାନୀୟ ଜଳ ମିଳିପାରିନାହିଁ, ଆମ ସରକାର ସେଥିପ୍ରତି ଅଧିକ ଧ୍ୟାନ ଦେବ l ଛଲକ୍ଷ ଗରିବ ଲୋକଙ୍କୁ ରାସନ କାର୍ଡ ବଣ୍ଟନ କରାଯିବ l ଜନଶୁଣାଣୀ ଏବେ ଜନତା ଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି l ୪୧୨୪କୋଟି ଟଙ୍କା ବ୍ୟୟ ରେ ସବୁ ବ୍ଲକ ରେ ଷ୍ଟାଡିୟମ ନିର୍ମାଣ କରାଯିବ l ପ୍ରତି ବ୍ଲକ ରେ ୧୫କୋଟି ଟଙ୍କା ବ୍ୟୟ ରେ ଷ୍ଟାଡିୟମ ନିର୍ମାଣ ସହ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯିବ l ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଶକ୍ତି ବିଜୁଳି ଯୋଜନା ୩ ଲକ୍ଷ ଲୋକଙ୍କୁ ଯୋଗାଇଦେବା ପାଇଁ ଲକ୍ଷ ରଖାଯାଇଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭାସି ମାଧ୍ୟମ ରେ ବାର୍ତ୍ତା ରଖିଥିଲେ l ମୁଖ୍ୟ ସଚିବ ଙ୍କ ସହ ଅନ୍ୟାନ୍ୟ ବିଭାଗର ସଚିବ ମାନଙ୍କ ଯୋଗ ଦେଇଛନ୍ତି l ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ରୂପଭାନୁ ମିଶ୍ର,ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ,ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜୀବ ବେହେରାଏହାସହ ଇ ପଞ୍ଚାୟତ ପୋର୍ଟାଲ ଆରମ୍ଭ କରାଗଲା l ଆମ ସରକାର କଥା ଦେଇଥିଲେ କଥା ରଖିଲେ l ଲକ୍ଷପତି ଦିଦି ରେ ଓଡିଶା ଆଗରେ ଅଛି l ଆମ ସରକାର ଦଶ ମାସ ରେ ଦଶ ଟି ବଡ ଯୋଜନା ଆରମ୍ଭ କରିଛି|ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅନଙ୍ଗ ଉଦୟ ସିଂଦେଓ,ସାଂସଦ ସମ୍ବିତ ପାତ୍ର,କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପଂଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର,ପୁରୀ ବିଧାୟକ ସୁନୀଲ ମହାନ୍ତି, କାକଟପୁର ବିଧାୟଜ ତୁଷାରକାନ୍ତି ବେହେରା ଯୋଗଦେଇଛନ୍ତି l,ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ ଓ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ପରିଚାଳନା ରେ ସହଯୋଗ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026