Home ଓଡ଼ିଶା ଆନ୍ତର୍ବିଭାଗୀୟ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍-୨୦୨୫” ଉଦ୍ଘାଟିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା)ଖୋର୍ଦ୍ଧା ରୋଡ୍ ଦ୍ୱାରା ରେଲୱେ ଷ୍ଟାଡିୟମ୍ ଠାରେ “ଆନ୍ତର୍ବିଭାଗୀୟ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍-୨୦୨୫” ଉଦ୍ଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ୍ ଆସନ୍ତା ମେ ମାସ ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଖୋର୍ଦ୍ଧାରୋଡ୍ ମଣ୍ଡଳର ୧୩ଟି ବିଭାଗର ରେଳ କର୍ମଚାରୀ ଏହି ଟୁର୍ନାମେଣ୍ଟରେ ଭାଗ ନେଉଛନ୍ତି।ପ୍ରଥମ ଥର ପାଇଁ ରେଳବାଇ ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚ୍ ସ୍ୱତନ୍ତ୍ର ମାଟିରେ ତିଆରି ଟର୍ଫ ପିଚ୍ ଉପରେ ଅନୁଷ୍ଠିତ ହେଉଛି। ଆନ୍ତର୍ବିଭାଗୀୟ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ଏଚ୍ ଏସ ବାଜ୍ଵା ଉଦ୍ଘାଟନ କରିଛନ୍ତି। ତାଙ୍କ ସହିତ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି)ଶ୍ରୀ ପି କେ ବେହେରା,ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ(ଇନ୍ଫ୍ରା)ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ,କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ଖୋର୍ଦ୍ଧା ରୋଡ଼ ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳ, ସହକାରୀ କ୍ରୀଡା ଅଧିକାରୀ ଶ୍ରୀ ଅଭଦେଶ ଜୈଷ୍ୟା ଏବଂ ଶ୍ରୀ ମନୀଷ ମୀନା,ସମସ୍ତ ଶାଖା ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତି ଥିଲେ। ଏହି ଅବସରରେ ଉଦବୋଧନ ଦେଇ, ଶ୍ରୀ ଏଚ୍ ଏସ ବାଜ୍ଵା ସବୁ ବିଭାଗର ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ସେ ସମସ୍ତ ଖେଳାଳିଙ୍କୁ ଦକ୍ଷତା,ଦଳଗତ କାର୍ଯ୍ୟ ଏବଂ ଅଟଳ ମନୋଭାବ ସହିତ ଖେଳିବାକୁ ପରାମର୍ଶ ଦେଇଥିଲେ,ଯାହା ସେମାନଙ୍କୁ ମ୍ୟାଚରେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିବାରେ ସାହାଯ୍ୟ କରିବ। ରେଳବାଇ କର୍ମଚାରୀ ଏବଂ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା କାର୍ଯ୍ୟ କଳାପକୁ ଉତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ସ୍ପୋର୍ଟ୍ସ ଆସୋସିଏସନର ପଦକ୍ଷେପ ପାଇଁ, ଶ୍ରୀ ଏଚ୍ ଏସ ବାଜ୍ଵା,ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ସେ ଆହୁରି ମଧ୍ୟ କୋହିଛନ୍ଥି ଯେ ଖୋର୍ଦ୍ଧାରୋଡ୍ ସ୍ପୋର୍ଟ୍ସ ଆସୋସିଏସନ ଦ୍ୱାରା,ଷ୍ଟାଡିୟମ ଏବଂ ଅନ୍ୟାନ୍ୟ ସ୍ଥାନରେ ଭିତ୍ତିଭୂମି ବିକାଶ କରାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ବିଭାଗ ହେଉଛି, ବିଦ୍ୟୁତ୍ ବିଭାଗ, ରେଳ ସୁରକ୍ଷାବଳ, ବିତ୍ତ ବିଭାଗ, ଅପରେଟିଂ, ମେଡିକାଲ, ଷ୍ଟୋରସ୍, ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଲୋକୋ ସେଡ୍,ଅନୁଗୋଳ, ଇଲେକ୍ଟ୍ରିକାଲ (ଓପି)ବାଣିଜ୍ୟ ବିଭାଗ,ଦୂର ସଂଚାର ଏଵଂ ସଙ୍କେତ,କାର୍ମିକ ବିଭାଗ,ଏଵଂ ମେକାନିକାଲ ବିଭାଗ। ସମସ୍ତ ବିଭାଗ ମଧ୍ୟରେ ସମୁଦାୟ ୩୦ଟି ଲିଗ୍ ମ୍ୟାଚ୍ ହେବ।ପ୍ରଥମ ଦିନର ପ୍ରଥମ ମ୍ୟାଚ ଇଲେକ୍ଟ୍ରିକାଲ (ଓପି)ବିଭାଗ ଏଵଂ ଇଞ୍ଜିନିୟରିଂ ବିଭାଗ ମଧ୍ୟରେ ଅନୁଷ୍ଠିତ ହେଉଛି। ଆନ୍ତର୍ବିଭାଗୀୟ ଦିବା ରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍,କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ,ଖୋର୍ଦ୍ଧା ରୋଡ଼,ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳଙ୍କ ନେତୃତ୍ୱରେ ଆୟୋଜନ କରାଯାଉଛି। ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ,କ୍ରୀଡ଼ା ସଚିବ ଏମ. ଡି.ଜାକିରୁଦ୍ଦିନ ଏବଂ ତାଙ୍କ ଟିମ୍ ଦ୍ୱାରା ପାଇଚାଳନା କରାଯାଉଛି। Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026 ୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ by Proprietor Abhimanyu Maharana October 8, 2026